ଖୁସି ଖବର : ଛଅ ମାସ ମଧ୍ୟରେ ଉପଲବ୍ଧ ହେବ ପିଲାଙ୍କ କରୋନା ଟିକା
ନୂଆଦିଲ୍ଲୀ : ସିରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାଓାଲା ମଙ୍ଗବାର ଦିନ କହିଛନ୍ତି ଯେ ପିଲାମାନଙ୍କ କରୋନା ରୋଧି ଭ୍ୟାକସିନ ୬ ମାସରେ ବଜାରକୁ ଆସି ଯିିବ । ପୁନଓାଲା କହିଛନ୍ତି କୋବୋଭ୍ୟାକ୍ସର ପରୀକ୍ଷଣ ଚାଲୁ ରହିଅଛି । ଏହା ୩ ବର୍ଷର ପିଲା ମାନଙ୍କ ପାଇଁ ଏହା ର ଫଳାଫଳ ଭଲ ଆସିଛି । ଏହି ଭ୍ୟାକ୍ସିନ ଭଲ ଭାବେ କାମ କରିବ ଓ ପିଲା ମାନଙ୍କୁ ସଂକ୍ରାମକ ରୋଗରୁ ବଂଚାଇବ ବୋଲି ଆମ ପାଖରେ ଯଥେଷ୍ଟ ଡାଟା ରହିଛି । ମଂଗଳବାର ଦିନ ସି ଆଇ ଆଇ ପାର୍ଟନରସିପ୍ ସମିଟକୁ ସମ୍ବୋଧିତ କରି ପୁନାବାଲା କହିଛନ୍ତି ପିଲା ମାନଙ୍କର ଭ୍ୟକ୍ସିନ କୋବୋଭ୍ୟାକ୍ସ ୩ ବର୍ଷର ପିଲା ମାନଙ୍କ ପାଇଁ କରୋନାରୁ ରକ୍ଷା କରିବ ।
ଦେଶରେ କରୋନା ଆତଙ୍କ ଥମିବାର ନାଁ ନେଉନାହିଁ । ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାମଧ୍ୟରେ ଟିକାକରଣକୁ ସରକାର ଜୋରଦାର କରୁଛନ୍ତି । ଦେଶରେ ପ୍ରାପ୍ତବୟସ୍କଙ୍କ ପାଇଁ ଟିକାକରଣ ଜାରି ରହିଛି । ହେଲେ ୧୮ରୁ କମ୍ ବୟସ୍କଙ୍କ ପାଇଁ ଟିକା ଉପଲବ୍ଧ ନାହିଁ । ଏହାମଧ୍ୟରେ ୫ଟି ନୂଆ ଟିକାର ଟ୍ରାଏଲ୍ ଜାରି ରହିଛି । ଏହି ଟିକା ଉଭୟ ଶିଶୁ ଓ ପ୍ରାପ୍ତବୟସ୍କଙ୍କୁ ପ୍ରଦାନ କରାଯିବ । ପପ୍ୟୁଲେସନ ସର୍ଭିସେସ୍ ଇଂଟରନ୍ୟାଶନାଲର ମୁଖ୍ୟ ଡାକ୍ତର ରାକେଶ କୁମାର କହିଛନ୍ତି ଯେ, ସରକାର ବୁଷ୍ଟର ସଟ୍ କଥା ଚିନ୍ତା କରୁଛନ୍ତି । ଶିଶୁଙ୍କୁ ଟିକାକରଣ ଉପରେ ଜୋର୍ ଦିଆଯିବ । ଏବେ ଦେଶରେ ୫୦ ପ୍ରତିଶତରୁ ଅଧିକ ବ୍ୟକ୍ତିଙ୍କୁ ଦୁଇଟି ଡୋଜ୍ ଦିଆଯାଇ ସରିଛି । ୯୦ ପ୍ରତିଶତରୁ ଅଧିକ ବ୍ୟକ୍ତି ଅତି କମରେ ଗୋଟିଏ ଡୋଜ୍ ନେଇ ସାରିଛନ୍ତି । ହର୍ ଘର୍ ଦସ୍ତକ କାର୍ଯ୍ୟକ୍ରମ ସଫଳ ହୋଇଛି । ଏହି କାର୍ଯ୍ୟକ୍ରମକୁ ଡିସେମ୍ବର ୩୧ ଯାଏଁ ବୃଦ୍ଧି କରାଯାଇଛି । ସେ ଆହୁରି କହିଛନ୍ତି ଯେ, କୋଭିଡ୍-୧୯ ଟିକାକରଣ ପାଇଁ ଗତ ଜାନୁଆରୀରୁ କ୍ୟାମ୍ପେନ୍ ଆରମ୍ଭ ହୋଇଛି । ଦେଶରେ ଟିକାକରଣ ବ୍ୟାପକ ହୋଇଛି । ଧନି-ଗରିବ ନିର୍ବିଶେଷରେ ସମସ୍ତେ ଭାକସିନ୍ ନେଇଛନ୍ତି । ଗ୍ରାମୀଣ, ସହରରେ ଟିକାକରଣ ହୋଇଛି । ଗର୍ଭବତୀ ମହିଳାଙ୍କୁ ଘରେ ଟିକା ଦିଆଯାଇଛି । ସେ ଆହୁରି କହିଛନ୍ତି ଯେ, ଏବେ ଶିଶୁଙ୍କ ପାଇଁ ବି ଅନେକ ଟିକାର ଟ୍ରାଏଲ ଚାଲିଛି । କାର୍ଡିଲା ଜାଏକୋଭ୍-ଡି, କୋଭାକ୍ସିନ, ସେରମ୍, ବାୟୋଲୋଜିକାଲ ଆରବିଡି, ଜନସନ୍ ଆଣ୍ଡ ସନସନ୍ ଓ ୨୬ କୋଭ୍ ୨ଏସର ଟ୍ରାଏଲ ଚାଲିଛି । ଏ ସବୁ ପୂର୍ବରୁ ପ୍ରାପ୍ତ ବୟସ୍କଙ୍କୁ ପ୍ରଦାନ କରାଯାଇଛି । କିନ୍ତୁ ଶିଶୁଙ୍କଠାରେ ଟ୍ରାଏଲ ପାଇଁ ଏହାକୁ ସରକାର ଏବେ ଅନୁମତି ଦେଇଛନ୍ତି । ଟ୍ରାଏ ଲ ସଫଳ ହେଲେ ଅତିଶୀଘ୍ର ଶିଶୁଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି ସେ କହିଛନ୍ତି ।
