ସୁନା ଓ ରୁପା ମୂଲ୍ୟରେ ହ୍ରାସ, ଜାଣନ୍ତୁ କ’ଣ ରହିଛି ନୂଆ ରେଟ୍
ମୁମ୍ବାଇ : ସୁନା ଓ ରୁପା ମୂଲ୍ୟରେ ହ୍ରାସ । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ହ୍ରାସ ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ଗତ ସୋମବାର ସୁନା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଘଟିଥିଲା । ସେପଟେ ମଙ୍ଗଳବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୩୬୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ମଙ୍ଗଳବାର ୧୦ ଗ୍ରାମ ସୁନା ମୂଲ୍ୟ ୪୮,୯୩୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ଏହାର ମୂଲ୍ୟ ୪୯,୨୯୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୩୬୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୭,୯୩୦ ଟଙ୍କାରେ ପହଞ୍ଚିଛି । ସେହିପରି ମଙ୍ଗଳବାର ଦେଶରେ ରୁପା ମୂଲ୍ୟରେ ହ୍ରାସ ଘଟିଛି । ସୋମବାର ଦେଶରେ ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିବା ବେଳେ ମଙ୍ଗଳବାର ରୁପା ଦରରେ ୮୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୪୦୦ ଟଙ୍କାରେ ପହଞ୍ଚିଛି । ଯାହା ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୨୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୬୪୦ ଟଙ୍କାରେ ପହଞ୍ଚିଛି ।
ରାଜଧାନୀ ଭୁବନେଶ୍ୱରରେ ବିଗତ ୪ ଦିନ ଧରି ସୁନା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ସୋମବାର ଭୁବନେଶ୍ୱରରେ ସୁନା ଦର ସ୍ଥିର ରହିଥିଲା । ସେହିପରି ମଙ୍ଗଳବାର ୧୦ ଗ୍ରାମ ସୁନା ଦର ସ୍ଥିର ରହିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୫୦,୨୮୦ ଟଙ୍କାରେ ରହିଛି । ଯାହା ସୋମବାର ୧୦ ଗ୍ରାମ ସୁନା ମୂଲ୍ୟ ୫୦,୨୮୦ ଟଙ୍କାରେ ବନ୍ଦ ହୋଇଥିଲା । ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ମଧ୍ୟ କୌଣସି ପରିବର୍ତ୍ତନ ଘଟିନାହିଁ । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୬,୨୦୦ ଟଙ୍କା ରହିଛି । ଯାହା ରବିବାର ଏହାର ମୂଲ୍ୟ ୪୬,୨୦୦ ଟଙ୍କା ଥିଲା । ଭୁବନେଶ୍ୱରରେ ରୁପା ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ସୋମବାର ରାଜଧାନୀରେ ରୁପା ମୂଲ୍ୟ ସ୍ଥିର ରହିଥିଲା । ଅନ୍ୟପଟେ ମଙ୍ଗଳବାର ରୁପା ଦରରେ ୮୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ମଙ୍ଗଳବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୬,୪୦୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୭,୨୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୬୪୦ ଟଙ୍କାରେ ପହଞ୍ଚିଛି ।
