ସୁବର୍ଣ୍ଣରେଖା ବନ୍ଦର ତରଫରୁ ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ବାରା ମଧୁପୁରାରେ ବିଶାଳ ସ୍ବାସ୍ଥ୍ୟ ଶିବିର
ବାଲିଆପାଳ : ବାଲିଆପାଳ ବ୍ଲକ ମଧୁପୁରା ରାହାସ ପଡିଆ ଠାରେ ଆଜି ସୁବର୍ଣ୍ଣରେଖା ବନ୍ଦର ତରଫରୁ ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ବାରା ଏକ ବିଶାଳ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା।ଏହି ଶିବିରକୁ ବସ୍ତା ଏସ ଡି ପି ଓ ଜଳଧର ଜାଲି, ବାଲିଆପାଳ ତହସିଲଦାର ଦୀପକ୍ କୁମାର ଦାଶ, ସରପଞ୍ଚ ଗୀତା ରାଣୀ ମାହାନା, ସମିତିସଭ୍ୟ ସୁଶାନ୍ତ ସେଠୀଙ୍କ ଦ୍ଵାରା ଏବଂ ଗ୍ରାମ କମିଟି ସଦସ୍ୟ ମାନଙ୍କ ଉପସ୍ଥିତ ରେ ଉଦଘାଟିତ ହୋଇଥିଲା। ଏହି ଶିବିର ମୁଖ୍ୟତଃ ୬ ଟି ବିଭାଗର ବିଶେଷଜ୍ଞଙ୍କ ଦ୍ଵାରା ୧୦୧୦ ରୋଗୀଙ୍କ ମାଗଣା ରେ ଚିକିତ୍ସା ସହିତ ମାଗଣାରେ ଔଷଧ ବିତରଣ କରାଯାଇଥିଲା।ଏହିଭଳି ସାମାଜିକ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରିବା ସହିତ ସୁବର୍ଣ୍ଣରେଖା ବନ୍ଦର ତରଫରୁ ହେଉଥିବା ସ୍ୱାସ୍ଥ୍ୟ ଶିବିରରୁ ଲୋକ ମାନେ ଉପକୃତ ହୋଇ ପାରୁଛନ୍ତି ବୋଲି କହିଥିଲେ। ସୁବର୍ଣ୍ଣରେଖା ବନ୍ଦର ପ୍ରଶାସନିକ ମୁଖ୍ୟ ପ୍ରମୋଦ କୁମାର ଓ ଟାଟା ଷ୍ଟିଲ ଫାଉଣ୍ଡେସନ ବାଲେଶ୍ୱର ମୁଖ୍ୟ ପ୍ରମୋଦ କୁମାର ପାତ୍ର ଏହିଭଳି ସାମାଜିକ କାର୍ଯ୍ୟକ୍ରମ ଲୋକମାନଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି କହିଥିଲେ। ଏବଂ ଏହି ଭଳି ସାମାଜିକ ମଙ୍ଗଳ କାର୍ଯ୍ୟ ଗୁଡ଼ିକ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି କହିଥିଲେ।
