ପ୍ରତିଦିନ ସକାଳେ ଉଠି ଗରମ ପାଣିରେ ଗୋଲମରିଚ ମିଶାଇ ପିଅନ୍ତୁ ! ଅନେକ ବଡ ରୋଗରୁ ମିଳିବ ମୁକ୍ତି
ଗରମ ପାଣି ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଲାଭଦାୟକ ହୋଇଥାଏ । ଉଷୁମ ପାଣି ସହିତ ଗୋଲମରିଚ ଖାଇବା ଦ୍ୱାରା କାଶ ଓ ଥଣ୍ଡା ସମସ୍ୟା ଦୂର ହୁଏ । ଏକାସାଙ୍ଗରେ ମହୁ ସହିତ ଗୋଲମରିଚ ଗୁଣ୍ଡ ଚାଟିଲେ ଗଳା ଯନ୍ତ୍ରଣା ଦୂର ହୁଏ । ଗୋଲମରିଚ ବ୍ୟବହାର ଶରୀରକୁ ଫିଟ୍ ରଖେ କିନ୍ତୁ କାଶ ଏବଂ ଥଣ୍ଡା ଭଳି ରୋଗରୁ ମଧ୍ୟ ଦୂରେଇ ରଖିଥାଏ ।
ଗୋଲମରିଚରେ ପିପରାଇନ୍ ଥାଏ । ଏଥିରେ ଆଣ୍ଟି-ଡିପ୍ରେସାଣ୍ଟ ଗୁଣ ରହିଥାଏ । ଯେଉଁ କାରଣରୁ ଗୋଲମରିଚ ଲୋକମାନଙ୍କୁ ଟେନସନ ଏବଂ ଡିପ୍ରେସନରୁ ମୁକ୍ତି ଦେଇଥାଏ ।
ଗରମ ପାଣି ସହିତ ଗୋଲମରିଚ ନିଅନ୍ତୁ:-
୧. ଗୋଲମରିଚ ରେ ପିପରାଇନ୍ ଥାଏ । ଏଥିରେ ଆଣ୍ଟି-ଡିପ୍ରେସାଣ୍ଟ ଗୁଣ ରହିଥାଏ । ଯେଉଁ କାରଣରୁ ଗୋଲମରିଚ ଲୋକଙ୍କୁ ଟେନସନ ଏବଂ ଡିପ୍ରେସନରୁ ମୁକ୍ତି ଦେଇଥାଏ । ଗ୍ରୀଷ୍ମ ଋତୁରେ ଗୋଲମରିଚ ଖାଇବା କମ୍ କରିବା ଉଚିତ ।
୨. ଗୋଲମରିଚ ଶରୀରରେ ଚର୍ବି ଜମିବାକୁ ପ୍ରତିରୋଧ କରିଥାଏ । ଏହା ସହିତ ଏହା ଆପଣଙ୍କ ମେଟାବୋଲିଜିମରେ ଉନ୍ନତି କରି କ୍ୟାଲୋରୀ ଦମନରେ ସାହାଯ୍ୟ କରିଥାଏ ।
୩. ଯଦି ଆପଣ ଅଧା ଚାମଚ ଗୋଲମରିଚ ପାଉଡର ଓ ଗୋଟିଏ ଚାମଚ ମିଶ୍ରି ମିଶାଇ ଏକ କପ୍ ଉଷୁମ କ୍ଷୀର ସହିତ ୩ ଥର ନେଉଛନ୍ତି । ତେବେ ଏହା ଥଣ୍ଡା ଓ ସର୍ଦ୍ଦି ପାଇଁ ଲାଭଦାୟକ ହୋଇଥାଏ ।
୪. ଗୋଲମରିଚ ପାଣିରେ ଫୁଟାଇ ପିଇଲେ ଏହା ଥଣ୍ଡା ଭଲ କରିଥାଏ । ଏହାସହ ମସ୍ତିଷ୍କ ହାଲୁକା ହୋଇଥାଏ ।
ଗ୍ୟାସ ରୋଗ ଦୂର କରେ :
ଯେଉଁ ଲୋକମାନଙ୍କୁ ଗ୍ୟାସ ଭଳି ରୋଗ ଅଛି ଓ ତାଙ୍କ ପେଟରେ ଦିନ ସାରା ନିଆ ଭଳି ପୋଡା ଜଳା ହୁଏ ତାଙ୍କୁ ସକଳ ସମୟରେ ଖାଲି ପେଟରେ ଗୋଲମରୀଚ ଚୋବେଇ ଖାଇବା ଉଚିତ ଓ ଉଷୁମ ପାଣି ପିବା ଦରକାର ଅଟେ । ଏହାର ସେବନ ଦ୍ଵାରା ଆପଣଙ୍କ ଗ୍ୟାସ ଭଲ ହୋଇଥାଏ ।
ଥକାପଣ ଦୂର କରେ :
ଯେଉଁ ଲୋକମାନଙ୍କୁ ପ୍ରାୟତଃ ଥକା ଲାଗେ ତାଙ୍କୁ ସକାଳେ ଖାଲି ପେଟରେ ଉଷୁମ ପାଣି ସହ ୨-୩ ଗୋଲମରୀଚ ସେବନ କରିବା ଉଚିତ, ଏହା ଦ୍ଵାରା ଆପଣଙ୍କ ମନ ଭଲ ରହିବ ଓ ଆପଣଙ୍କୁ ଥକା ଲାଗିବ ନାହିଁ ।
ଥଣ୍ଡା ଜର ଭଲ କରେ :
ଯଦି ଆପଣ ଅଧା ଚାମଚ ଗୋଲମରିଚ ପାଉଡର ଓ ଗୋଟିଏ ଚାମଚ ମିଶ୍ରି ମିଶାଇ ଏକ କପ୍ ଉଷୁମ କ୍ଷୀର ସହିତ ୩ ଥର ପିଉଛନ୍ତି । ତେବେ ଏହା ଥଣ୍ଡା ଓ ସର୍ଦ୍ଦି ପାଇଁ ଲାଭଦାୟକ ହୋଇଥାଏ । ଗୋଲମରିଚ ପାଣିରେ ପୁଟାଇ ପିଇଲେ ଏହା ଥଣ୍ଡା ରୋଗ ଭଲ କରିଥାଏ । ଏହାସହ ମସ୍ତିଷ୍କ ହାଲୁକା ହୋଇଥାଏ ।
ଫିଟ ରଖେ :
ଗୋଲମରିଚ ଶରୀରରେ ଚର୍ବି ଜମିବାକୁ ପ୍ରତିରୋଧ କରିଥାଏ । ଏହା ସହିତ ଏହା ଆପଣଙ୍କ ମେଟାବୋଲିଜିମରେ ଉନ୍ନତି କରି କ୍ୟାଲୋରୀ ଦମନରେ ସାହାଯ୍ୟ କରିଥାଏ ।
ପେଟ ସମସ୍ୟାଗୁଡ଼ିକୁ ଦୂର କରେ :
ସୁସ୍ଥ ଶରୀର ପାଇଁ ଖାଦ୍ୟନଳୀ ସୁସ୍ଥ ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏକ ସୁସ୍ଥ ଖାଦ୍ୟନଳୀର ଅର୍ଥ ଏକ ସଫା ତଥା ଡିଟକ୍ସିଫାଇଡ୍ ପେଟ । ତେବେ ଏହି ଗୋଲମରିଚ ପାଣି ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ଏବଂ ରସାୟନକୁ ବାହାର କରି ଦେଇଥାଏ । ଏହା ପାଚନ କ୍ରିୟାରେ ସୁଧାର ଆଣିଥାଏ । ଏଥି ସହିତ ପେଟ ସମସ୍ୟାଗୁଡ଼ିକୁ ଦୂର କରିବାରେ ସହାୟକ ହୋଇଥାଏ ।
ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି ।
