ଜୟପୁର ଏୟାରପୋର୍ଟ ପାଇଁ ଜମି ଅଧିଗ୍ରହଣ ନେଇ ଜନଶୁଣାଣୀ
ଜୟପୁର : ଜୟପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏୟାରପୋର୍ଟ ପାଇ ଜମି ଅଧିଗ୍ରହଣ ପାଇ ଜନ ଶୁଣାଣୀ ଅନୁଷ୍ଠିତ ହୋଇଛି । କୋରାପୁଟ ଜିଲ୍ଲାର ଜୟପୁର ତହିସିଲ ଅଧିନରେ ଜୟପୁର ଏୟାରପୋର୍ଟ ସଂପ୍ରସାରଣ ଏବଂ ଆଧୁନିକୀକରଣ ପାଇଁ ଘରୋଇ ଜମି ଅଧିଗ୍ରହଣରେ ସାମାଜିକ ପ୍ରଭାବ ଆକଳନ ଅଧ୍ୟୟନର ଜନ ଶୁଣାଣି ହୋଇଛି । ୧.୯୪ ଏକର ଜମି ଅଧିଗ୍ରହଣ ହେବ । ଏହି ଜମି ୩ ଜଣ ମାଲିକ ସହ ଗ୍ରାମବାସୀ ଉପସ୍ଥିତ ଥିଲେ । ସେମାନେ କ୍ଷତିପୁରଣ ନେଇ ଏୟାରପୋର୍ଟ ପାଇଁ ଜମି ଦେବା ପାଇ ସହମତି ପ୍ରକାଶ କରିଥିଲେ । ଏହି ଜନ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାମେଶ୍ୱର ପ୍ରଧାନ, ଜୟପୁର ଉପ ଜିଲାପାଳ ବେଦ ବର ପ୍ରଧାନ, ତହସିଲଦାର ପ୍ରଧାନ ଟୁଲ୍ଲି ଆମ୍ମା, ଏବିଡିଓ ମନୋଜ ନାୟକ, ଆରଆଇ ବ୍ରଜ ରଞ୍ଜନ ବିଶ୍ୱାଳ,ଉମୁରି ସରପଞ୍ଚ ସବିତା ନୟକ ପ୍ରମୁଖ ଉପସ୍ଥିତ ଥିଲେ । ଏୟାରପୋର୍ଟ ପାଇ ସୌରାଗୁଡା ଅଞ୍ଚଳର ଜମି ଅଧିଗ୍ରହଣ ହେବ । ଓଡିଶା ଭୁ -ଅର୍ଜନ, ପୁନବାସ ଓ ଥଇଥାନରେ ଉଚିତ ମୁଲ୍ୟ ଏବଂ ସ୍ୱଛତା ଅଧିକାର ଅଧିନିୟମ ୧୦୧୬ର ଧାରା ୧୪ ଅନୁଯାଇ ଜନ ଶୁଣାଣି ଅନୁଷ୍ଠିତ ହୋଇଛି ।
