ଗୌରବ ଦ୍ୱିବେଦୀ ପ୍ରସାର ଭାରତୀର ନୂତନ ସିଇଓ
ନୂଆଦିଲ୍ଲୀ : ପ୍ରସାର ଭାରତୀର ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଭାବରେ ନିଯୁକ୍ତି ପାଇଛନ୍ତି ଗୌରବ ଦ୍ୱିବେଦୀ । ଭାରତର ରାଷ୍ଟ୍ରପତି ଚୟନ କମିଟିର ସୁପାରିଶ୍ କ୍ରମେ ତାଙ୍କୁ ନିଯୁକ୍ତି ମିଳିଛି । ଆଗାମୀ ପାଂଚ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ।
ଶ୍ରୀ ଦ୍ୱିବେଦୀ ଭାରତୀୟ ପ୍ରଶାସନିକ ସେବା, ୧୯୯୫ ବ୍ୟାଚର ଛତିଶଗଡ କ୍ୟାଡରର ଜଣେ ଅଧିକାରୀ । ଉତ୍ତରପ୍ରଦେଶ ବସ୍ତି ଜିଲାରେ ତାଙ୍କର ଘର । ଗୌରବ ଦ୍ବିବୀଦେ ବର୍ତ୍ତମାନ ସରକାରଙ୍କ ନାଗରିକ ଯୋଗାଯୋଗ ପ୍ଲାଟଫର୍ମ MyGovIndiaର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ କାର୍ଯ୍ୟରତ ଅଛନ୍ତି । ସେ କେରଳ, ମଧ୍ୟପ୍ରଦେଶ ଓ ଛତିଶଗଡ ପ୍ରମୁଖ ରାଜ୍ୟରେ କାର୍ଯ୍ୟ କରିଛନ୍ତି । ଏହାସହିତ ସେ ମସୁରୀ ସ୍ଥିତ ଆଇଏଏସ୍ ଟ୍ରେନିଂ ଏକାଡେମୀର ଫ୍ୟାକଲ୍ଟି ମେମ୍ବର ମଧ୍ୟ ରହିଥିଲେ ।
