ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣା : ଚିକିତ୍ସାଧିନ ଅବସ୍ଥାରେ ଜଣେ ମୃତ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଧିନସ୍ଥ ଗମ୍ଭାରୀମୁଣ୍ଡା ଗ୍ରାମରେ ଗୁରୁବାର ଗ୍ୟାସ୍ ଟାଙ୍କି ପାଇପ୍ ଲିକେଜ ଓ ପରେ ବ୍ଲାଷ୍ଟିଂ ଘଟଣାରେ ଗୋଟିଏ ପରିବାରର ୭ଜଣଙ୍କ ସମେତ ୧୦ ଜଣ ଆହତ ହୋଇଥିଲେ। ସମସ୍ତେ ଚିକିତ୍ସାଧୀନ ଥିବାବେଳେ ଶୁକ୍ରବାର ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଗମ୍ଭାରୀମୁଣ୍ଡା ଗ୍ରାମର କାଳୁ ଚରଣ ପଣ୍ଡା । ସେ ଗୁରୁତର ଆହତ ହୋଇ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ସୂଚନା ଯେ, ଗୁରୁବାର ବାଣପୁର ଗମ୍ଭାରୀମୁଣ୍ଡାରେ ରବୀନ୍ଦ୍ର ପ୍ରଧାନଙ୍କ ଘରେ ଥିବା ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକେଜ୍ ହୋଇ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ ଘର ମାଲିକ ରବୀନ୍ଦ୍ରଙ୍କ ପରିବାର ଲୋକେ ଅଳ୍ପେକେ ବର୍ତ୍ତି ଯାଇଥିବା ବେଳେ ଘର ଭିତରେ କୌଣସି ସଦସ୍ୟ ରହି ଯାଇଥିବା ସନ୍ଦେହ କରି କିଛି ଲୋକେ ଘର ଭିତରକୁ ପ୍ରବେଶ କରି ଗୁରୁତର ହୋଇ ପଡିଥିଲେ । ସମସ୍ତେ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ମଧ୍ୟରୁ କାଳୁ ଚରଣଙ୍କର ଶୁକ୍ରବାର ମୃତ୍ୟୁ ହୋଇଛି ।
