କଟକରେ ଗଣେଶ ପୂଜାକୁ ସହମତି
କଟକ : କଟକରେ ଗଣେଶ ପୂଜା ହେବା ନେଇ ଜିଲ୍ଲାପାଳଙ୍କ ସୂଚନା । ମଣ୍ଡପରେ ପୂଜା ହେବ କିନ୍ତୁ ଏକାଧିକ ଲୋକ ସାମିଲ ହେବେନି । ପୂଜାରେ କୌଣସି ପ୍ରକାର ଗହଳି ହୋଇପାରିବନି ।
ସୂଚନା ଯେ, କଟକରେ ଚଳିତବର୍ଷ ଗଣେଶ ପୂଜା ବିନା ଲୋକ ଗହଳିରେ ପାଳନ କରିବା ପାଇଁ ଜିଲାପାଳ ଭବାନୀ ଶଙ୍କର ଚୟନୀ ସହମତି ପ୍ରକାଶ କରିଛନ୍ତି । ବିଭିନ୍ନ କ୍ଲବ ଓ ଅନୁଷ୍ଠାନଗୁଡିକରେ ଗତ ବର୍ଷ ଏହି ପୂଜା କରାଯାଇପାରିନଥିବା ବେଳେ ଚଳିତବର୍ଷ ଭିଡ ଶୂନ୍ୟରେ ତଥା ସରକାରଙ୍କ ସମସ୍ତ କୋଭିଡ ନିୟମାନୁସାରେ ଏହି ପୂଜା ପାଳନ କରିବା ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି । ଏନେଇ କଟକ ସହରର ସମସ୍ତ କ୍ଲବ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ମନରେ ଖୁସିର ଲହରି ଖେଳିଯାଇଥିବା ବେଳେ କର୍ମକର୍ତ୍ତାମାନେ ଜିଲାପାଳଙ୍କୁ ଧନ୍ୟବାଦ ଜଣାଇଥିବା ଜଣାଇଛନ୍ତି ।
