ବିଜୁ ଭବନରେ ଶୋକସଭା
ବାରିପଦା :ସୋମବାର ବିଜୁ ଜନତା ଦଳ ଜିଲ୍ଲା କାର୍ଯ୍ୟାଳୟ ବିଜୁ ଭବନଠାରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ପରଲୋକରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବାରିପଦା ପୌରପରିଷଦର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଶୋକସଭାରେ ପ୍ରଥମେ ସ୍ୱର୍ଗୀୟ ମନ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ପଣ କରି ଦୁଇ ମିନିଟ୍ ଶୋକସଭା ପାଳନ କରାଯାଇଥିଲା । ଏହି ସଭାରେ ମୋରଡା ବିଧାୟକ ରାଜକିଶୋର ଦାସ, ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ଜିଲ୍ଲା ପରିଷଦର ଅଧ୍ୟକ୍ଷ ଭାରତୀ ହାଁସଦା, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ. ଦେବାଶିଷ ମାରାଣ୍ଡି, ଉପାଧ୍ୟକ୍ଷ କମଳା ତିରିଆ, ମୟୂରଭଞ୍ଜ ସମବାୟ ବ୍ୟାଙ୍କର ସଭାପତି ସୁବ୍ରମଣ୍ୟମ୍ ମହାନ୍ତି, ବିଜୁ ମହିଳା ଜନତା ଦଳର ସଭାପତି ଦିପ୍ତୀଲତା ମିଶ୍ର, ଜିଲ୍ଲା ଯୋଜନା ବୋର୍ଡର ବିଶେଷଜ୍ଞ ସଦସ୍ୟ ଜିତେନ୍ଦ୍ର ମହାନ୍ତି, ବିଜୁ ଜନତା ଦଳର ଉପସଭାପତି ଓକିଲୋ କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ତାଙ୍କ ବକ୍ତବ୍ୟରେ ସ୍ୱର୍ଗୀୟ ନବକିଶୋର ଦାସ ଜଣେ ଅମାୟୀକ ବ୍ୟକ୍ତିତ୍ୱ ଥିଲେ, ତାଙ୍କର ବିଭାଗ ବିଗତ କରୋନା ସମୟରେ ଅନେକ ଉଚ୍ଚକୋଟୀର କାର୍ଯ୍ୟକରି ଓଡିଶା ତଥା ଭାରତରେ ଏକ ଅଗ୍ରଣୀ କରୋନା ମୁକାବିଲା ରାଜ୍ୟ ଭାବରେ ବିବେଚିତ ହୋଇଥିଲା । ସେ ଜଣେ ଦୃଢ ସଙ୍ଗଠକ ଥିଲେ । ତାଙ୍କର ବିୟୋଗ ଆମ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ସମସ୍ତେ ତାଙ୍କ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରପରିଷଦର ଉପନଗରପାଳ ସୀମା ଦାସ, ଓଡିଶା ଖୋଦୀ ବୋର୍ଡର ସଦସ୍ୟ ସରୋଜ କୁମାର ବୋଷ, ଆରସିଏମଏସ ର ସଭାପତି ଦେବିଦ ଦାସ, କାଉନ୍ସିଲର ଅନନ୍ତ ଦାସ, ଦିପ୍ତୀ ପଟ୍ଟନାୟକ, ଅନୁରାଧା ମହାନ୍ତି, ସୁକାନ୍ତି ସେଠୀ, ଜିତା ସିଂ, ପ୍ରଭାତି ପୃଷ୍ଟି, ସୁଧୀର ବାରିକ, କଳ୍ପନା ସାହୁ, ବିବେକାନନ୍ଦ ନାୟକ, ସବିତା ପାଲ, ରିନା ଶର୍ମା, ସବିତା ବେହେରା, ସବିତା ହାଁସଦାଃ, ସନ୍ତୋଷ ପଟ୍ଟନାୟକ, ପ୍ରଭାତ ମହାନ୍ତି, ନିରୋଜ ସାହୁ, ଦର୍ପନାରାୟଣ ପାଲ, ଛାତ୍ର ସଭାପତି ସୁନିଲ ନାୟକ, ଦୀପକ ମଢୁଆଳ, ପ୍ରସନ୍ନଜିତ୍ ମହାନ୍ତି, ମଳୟ ଜେନା, ଦିପୁ ଦାସ, ବିଣାପାଣି ସାହୁ, ସୁରଭୀ ଦାସ, ସନ୍ଧ୍ୟାରାଣୀ ଦାସ, ସ୍ରବଣ ଗୋପ, କପିଲ ଖଣ୍ଡଲୱାଲ, ଶିବୁ ରଣା ପ୍ରଭୃତି ଶୋକସଭାରେ ଉପସ୍ଥିତ ଥିଲେ ।
