ଏଣିକି ସ୍ୱର୍ଗଦ୍ୱାରରେ ଜିଲା ତଥା ବାହାରର ଲୋକମାନେ କରିପାରିବେ ଶବସତ୍କାର
- ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା, ୧୬ରୁ ମିଳିବ ଅନୁମତି
ପୁରୀ : ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ଶବଦାହ କଟକଣା । ଏଣିକି ସ୍ୱର୍ଗଦ୍ୱାରରେ ଜିଲା ତଥା ଜିଲା ବାହାରର ଶବ ମଧ୍ୟ ସତ୍କାର କରାଯାଇପାରିବେ । ଆସନ୍ତା ଅଗଷ୍ଟ ୧୬ ତାରିଖରୁ ଶବ ସତ୍କାର ପାଇଁ ଅନୁମତି ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ସ୍ୱର୍ଗଦ୍ୱାରରୁ ଶବ ସତ୍କାର ବେଳେ ଶବ ସହ ୧୦ ଜଣଙ୍କୁ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଛି । ମୃତକଙ୍କ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଶନିବାର ଓ ରବିବାର ସଟଡାଉନରେ ମଧ୍ୟ ଶବଦାହ କରାଯାଇପାରିବ । ଏନେଇ ପୁରୀ ଉପଜିଲାପାଳ ଭବତାରଣ ସାହୁ ଶନିବାର ସୂଚନା ପ୍ରଦାନ କରାଯାଇଛି ।
ସୂଚନା ଯେ, ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ କଟକଣା ଲାଗିଥିଲା । ଗତ ଅପ୍ରେଲ ୨୬ରୁ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା ଲାଗୁ କରଯାଇଥିଲା । କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ବାହାର ଜିଲାର ଲୋକମାନଙ୍କ ପାଇଁ ଲାଗିଥିଲାରେ ଶବଦାହ ବାରଣ କରାଯାଇଥିଲା । ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ଆଦି କାର୍ଯ୍ୟରେ ମଧ୍ୟ ରୋକ ଲଗାଇଥିଲା ପୁରୀ ଜିଲ୍ଲା ପ୍ରଶାସନ।
