ଆଇପିଏଲ୍-୨୦୨୩, ଜାଣନ୍ତୁ କେଉଁ ଦଳ କାହାକୁ କେଉଁ ଦିନ ଭେଟିବ
ନୂଆଦିଲ୍ଲୀ : ଚଳିତ ବର୍ଷ ଆଇପିଏଲ୍ ପାଇଁ ସୂଚୀ ଜାରି କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଆସନ୍ତା ମାର୍ଚ୍ଚ ୩୧ରେ ଅହମ୍ମଦାବାଦରେ ଖେଳାଯିବ ପ୍ରଥମ ମ୍ୟାଚ୍ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଦଳ ଗୁଜରାଟ ଟାଇଟନ୍ସ ଓ ଏମଏସ ଧୋନିଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗ୍ସ୍ କରିବେ ଶୁଭାରମ୍ଭ ।
ଚଳିତ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ୧୦ଟି ଟିମ୍ ରହିବା ସହିତ ୭୦ଟି ଲିଗ୍ ମ୍ୟାଚ୍ ଓ ଏହା ପ୍ଲେ-ଅଫ୍ ମ୍ୟାଚ୍ ଦେଖିବାକୁ ମିଳିବ। ମେ ୨୮ରେ ହେବ ଫାଇନାଲ ମ୍ୟାଚ୍। ୫୨ ଦିନ ଧରି ଚାଲିବାକୁ ଥିବା ବିଶ୍ୱର ଏହି ବିତ୍ତଶାଳୀ ଲିଗରେ ୧୦ଟି ଦଳ ମଧ୍ୟରେ ମୋଟ୍ ୭୦ଟି ଲିଗ୍ ମ୍ୟାଚ୍ ଖେଳାଯିବ । ଏହା ପରେ ଚାରୋଟି ପ୍ଲେ ଅଫ୍ ମ୍ୟାଚ୍ ଖେଳାଯିବ । ଏହିପରି ଭାବେ ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ ଟି ମ୍ୟାଚ୍ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ୧୮ଥର ଡବଲ ହେଡର (ଗୋଟିଏ ଦିନରେ ଦୁଇଟି ମ୍ୟାଚ୍) ମୁକାବିଲା ଆୟୋଜିତ ହେବ । ପ୍ରଥମ ମ୍ୟାଚ ୩ଟା ୩୦ ଓ ଦ୍ୱିତୀୟ ମ୍ୟାଚ ସନ୍ଧ୍ୟା ୭ଟା ୩୦ରୁ ଆୟୋଜିତ ହେବ । ସମସ୍ତ ମ୍ୟାଚ୍ ସମଗ୍ର ଦେଶରେ ୧୨ଟି ଗ୍ରାଉଣ୍ଡରେ ଖେଳାଯିବ । ଗୋଟିଏ ଦଳ ଲିଗ୍ ରାଉଣ୍ଡରେ ୭ଟି ମ୍ୟାଚ୍ ଏବଂ ବିରୋଧୀ ଦଳର ଗ୍ରାଉଣ୍ଡରେ ୭ଟି ମ୍ୟାଚ୍ ଖେଳିବ । ମ୍ୟାଚଗୁଡିକ ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ବାଙ୍ଗାଲୋର, ଲକ୍ଷ୍ନୌ, ହାଇଦ୍ରାବାଦ, ଦିଲ୍ଲୀ, ମୋହାଲୀ,କୋଲକାତ. ଗୌହାଟୀ ଓ ଧର୍ମଶାଳାରେ ଆୟୋଜିତ ହେବ ।
📁 #TATAIPL 2023
— IndianPremierLeague (@IPL) February 17, 2023
👇
📂 Schedule
👇
📂 Save The Dates
Gear up to cheer for your favourite teams 🥁 👏 pic.twitter.com/za4J3b3qzc
ତେବେ ବିଶ୍ୱର ସବୁଠୁ ବଡ଼ କ୍ରିକେଟ୍ ଲିଗ୍ ଭାବେ ବିବେଚିତ ହୋଇଥିବା ଆଇପିଏଲର ଏହା ୧୬ତମ ସିଜନ । ଆଇପିଏଲ୍ ୨୦୧୯ ପରେ ପ୍ରଥମ ଥର ପାଇଁ ସମସ୍ତ ଦଳ ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବେ । ମହାମାରୀ କରୋନା ଭାଇରସ୍ ମହାମାରୀ ହେତୁ ୨୦୨୦ ରେ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏଥି ସହିତ, ୨୦୨୧ ମସିହାରେ ଭାରତର କିଛି ପଡିଆରେ ମ୍ୟାଚ୍ ଖେଳା ଯାଇଥିଲା । କିନ୍ତୁ କରୋନା ମହାମାରୀ ହେତୁ ଏହାକୁ ମଧ୍ୟଭାଗରେ ବନ୍ଦ କରି ୟୁଏଇ ସ୍ଥାନାନ୍ତରିତ କରାଯାଇଥିଲା । ୨୦୨୨ ମସିହାରେ ଏହି ଟୁର୍ଣ୍ଣାମେଣ୍ଟ ସମ୍ପୁର୍ଣ୍ଣ ଭାରତରେ ଖେଳା ଯାଇଥିଲା । କିନ୍ତୁ ମୁମ୍ବାଇ ପୁଣେରେ ଲିଗ୍ ମ୍ୟାଚ୍ ଏବଂ ଅହମ୍ମଦାବାଦ ଓ କୋଲାକତାରେ ପ୍ଲେ ଅଫ୍ ମ୍ୟାଚ୍ ଗୁଡିକ ଖେଳାଯାଇଥିଲା ।
ଆଇପିଏଲ୍ ୨୦୨୨ ରେ ଦୁଇଟି ନୂତନ ଦଳ ପ୍ରବେଶ କରାଯାଇଥିଲା । ଯାହାର ନାମ ଗୁଜୁରାଟ ଟାଇଟାନ୍ସ ଏବଂ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଥିଲା । ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦଳ ମଧ୍ୟ ପ୍ଲେ ଅଫ୍ ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ଏହା ପରେ ଆଗକୁ ବଢି ପାରି ନଥିଲା । କିନ୍ତୁ ଗୁଜୁରାଟ ଦଳ ଟାଇଟଲ୍ ଜିତିଥିଲା । ଏଥର ମଧ୍ୟ ୧୦ଟି ଦଳ ଆଇପିଏଲରେ ଅଂଶଗ୍ରହଣ କରୁଛନ୍ତି ।
ଆଇପିଏଲର ଲାଇଭ ଟେଲିକାଷ୍ଟ ବିଷୟରେ କହିବାକୁ ଗଲେ ଏଥର ଡିଜିଟାଲ ଏବଂ ଟିଭି ଅଧିକାରକୁ ପୃଥକ ଭାବରେ ଦିଆଯାଇଛି । ଆଇପିଏଲ୍ ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି । ଆପଣ ମୋବାଇଲରେ ଆଇପିଏଲର ଲାଇଭ୍ ଟେଲିକାଷ୍ଟ ଯଥା ଜିଓ ସିନେମାର ଡିଜିଟାଲ୍ ପ୍ଲାଟଫର୍ମରେ ଦେଖିବାରେ ସକ୍ଷମ ହେବେ । କାରଣ ଏହାର ଅଧିକାର ଭାୟାକମ୧୮ କୁ ଦିଆଯାଇଛି । ଅନ୍ୟପଟେ ଯଦି ଆପଣ ଟିଭିରେ ମ୍ୟାଚ୍ ଉପଭୋଗ କରିବାକୁ ଚାହାଁନ୍ତି । ତେବେ ଆପଣ ଏହାକୁ ଷ୍ଟାର୍ ସ୍ପୋର୍ଟସରେ ଦେଖିପାରିବେ । ଯେଉଁଠାରେ ଆପଣ ଗତ ୫ ବର୍ଷ ଧରି ଏହାକୁ ଦେଖୁଥିଲେ । ଏହି ସମୟରେ, ଆଇପିଏଲ୍ ଆରମ୍ଭ ହେବାକୁ ଦେଢ ମାସରୁ କମ୍ ସମୟ ବାକି ଅଛି । ସେଥିପାଇଁ ଖୁବଶୀଘ୍ର ଟିକେଟ୍ ଆରମ୍ଭ ହେବାକୁ ଯାଉଛି ।
