ଆଜିଠୁ ଶ୍ରୀ ଅଲାରନାଥ ଦର୍ଶନ, ପୀଠରେ ୧୪୪ ଧାରା
ବ୍ରହ୍ମଗିରି : ମହାପ୍ରଭୁ ଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଇବା ପରେ ପ୍ରଭୁ ଜ୍ୱରରେ ପିଡୀତ ହୋଇ ଅଣସର ପିଣ୍ଡି ରେ ଅବସ୍ଥାନ କରୁଛନ୍ତି । ଦୈତାପତି ମାନେ ତାଟ୍ଟି ବାନ୍ଧି ଗୁପ୍ତସେବା ରେ ନିୟୋଜିତ ହୋଇଛନ୍ତି । ଏହି ସମୟରେ ଭକ୍ତ ଜଗନ୍ନାଥ ଙ୍କୁ ଦର୍ଶନ କରିନପାରି ବ୍ୟାକୁଳ ହୋଇଥାଏ । ଶ୍ରୀଚୈତନ୍ୟ ଅଣସର ସମୟରେ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିସ୍ଥ ଶ୍ରୀ ଅଲାରନାଥ ଦେବ ଙ୍କୁ ଚତୁର୍ଦ୍ଧାମୂର୍ତି ନାରାୟଣ ରୂପରେ ଦର୍ଶନ କରିଥିଲେ । ଶ୍ରୀ ଅଲାରନାଥ ଚତୁର୍ଦ୍ଧା ନାରାୟଣ ମୂର୍ତି ରୂପେ ପୁଜ୍ଜିତ ହେଉଛନ୍ତି । କଥିତ ଅଛି ବର୍ଷକ ଯାକ ଶ୍ରୀମନ୍ଦିର ରେ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶର୍ନ କଲେ ଯେତିକି ପୁଣ୍ୟ ମିଳିଥାଏ ଅଣସର ସମୟରେ ଶ୍ରୀ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସମପୂଣ୍ୟ ଫଳ ଭକ୍ତ ପାଇଥାଏ । ଚଳିତ ବର୍ଷର୍ କରୋନା କଟକଣା ଯୋଗୁଁ ଭକ୍ତମାନେ ଶ୍ରୀଅଲାରନାଥଙ୍କ ଦର୍ଶନ କରିପାରିବେ ନାହିଁ ବୋଲି ମନ୍ଦିର ସୁତ୍ରରୁ ଜଣାପଡିଛି ।
ଶ୍ରୀକ୍ଷେତ୍ରରେ ଗୁରୁବାର ଶ୍ରୀଜୀଉ ସ୍ନାନ ବେଦୀରେ ଦେବସ୍ନାନ କଲାପରେ ଏବେ ଜ୍ବରରେ ପୀଡିତ। ଅଣସର ପିଣ୍ଡିରେ ଚଦୁର୍ଦ୍ଧାମୂର୍ତ୍ତିଙ୍କ ଚାଲିଛି ଗୁପ୍ତ ସେବା। ତେଣୁ ଏହି ସମୟରେ ୧୪ ଦିନ ପାଇଁ ବ୍ରହ୍ମଗିରିର ଅଲାରନାଥ ପୀଠ ପାଲଟିଯାଏ ଦ୍ଵିତୀୟ ଶ୍ରୀକ୍ଷେତ୍ର। ଏଠାରେ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରିବା ପାଇଁ ଦେଶର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ। ହେଲେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ପାଇଁ ଅଲାରନାଥ ପୀଠରେ ଲାଗିଛି ୧୪୪ ଧାରା। ଶୁକ୍ରବାରଠାରୁ ଠାରୁ ଆସନ୍ତା ୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। କେବଳ ସୀମିତ ପାଳିଆ ସେବାୟତଙ୍କ ଦ୍ୱାରା ଅନବସର ନୀତି ଚାଲିବ। ସେହିପରି ଶୁକ୍ରବାର ଭୋର ୪ ଟାରେ ମହାପ୍ରଭୁଙ୍କ ଦ୍ବାର ଫିଟା ଯାଇ ମଙ୍ଗଳ ଆଳତୀ,ଅବକାଶ,ମଇଲମ,ଚନ୍ଦନ ତୁଳସୀ ଲାଗି ପରେ ବଲ୍ଲଭ ଧୂପ ହୋଇ ଅନ୍ୟନ୍ୟ ନୀତି ଚାଲିଛି।
