ଆଜିଠୁ ଭୁବନେଶ୍ୱରରେ ସେରୋ ସର୍ଭେ, ୫ଟି ୱାର୍ଡରେ ୨ ଦିନ ଧରି ଚାଲିବ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବ ସେରୋ ସର୍ଭେ । ମଙ୍ଗଳବାର ଓ ବୁଧବାର ଜାରି ରହିବ ଏହି ସେରୋ ସର୍ଭେ । ଆଇସିଏମଆର ଅନୁରୋଧ କ୍ରମେ ବିଏମ୍ସି ପକ୍ଷରୁ ୫ଟି ଓ୍ୱାର୍ଡରେ ୨ ଦିନ ଧରି ସେରୋ ସର୍ଭେ କରାଯିବ ।
ସୂଚନା ଯେ, ମଙ୍ଗଳବାର ଓ ବୁଧବାର ଭୁବନେଶ୍ଵରରେ ସେରୋ ସର୍ଭେ କରାଯିବ । ବିଏମସି ଅନ୍ତର୍ଗତ ୩ଟି ଜୋନର ୮, ୧୫, ୩୨, ୪୧ ଓ ୬୩ ନମ୍ବର ୱାର୍ଡରେ ହେବ ସର୍ଭେ। ଏଥିପାଇଁ ୫ଟି ଟିମ୍ ଗଠନ କରାଯାଇଛି। ଶିଶୁଙ୍କ ସମେତ ବିଭିନ୍ନ ବୟସ ବର୍ଗର ପ୍ରତି ୱାର୍ଡରେ ଅନ୍ୟୁନ ୨୦୦ ଜଣଙ୍କ ନମୁନା ସଂଗ୍ରହ କରାଯିବ। ଏନେଇ ବିଏମସି ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।
