ଆଜିଠାରୁ ‘କିଷାନ ଭାଗୀଦାରୀ, ପ୍ରାଥମିକତା ହମାରି’ ଶୀର୍ଷକ କୃଷକମେଳା
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କର ବିଭିନ୍ନ ଅନ୍ୟ ମନ୍ତ୍ରଣାଳୟ / ବିଭାଗ ଗୁଡିକର ସହଯୋଗରେ ‘ଆଜାଦୀର ଅମୃତ ମହୋତ୍ସବର ଅଂଶ ବିଶେଷ ଭାବରେ ୨୫ ଏପ୍ରିଲ୍ରୁ ୩୦ ଏପ୍ରିଲ୍, ୨୦୨୨ ପର୍ଯନ୍ତ ‘କିଷାନ ଭାଗୀଦାରୀ, ପ୍ରାଥମିକତା ହମାରି’ ଅଭିଯାନର ଆୟୋଜନ କରୁଛି । ଏହି ଅଭିଯାନ ସମୟରେ, କୃଷି ଏବଂ କୃଷକ କଲ୍ୟାଣ ବିଭାଗ କୃଷକ ମାନଙ୍କ ନିମନ୍ତେ ଆଂଚଳିକ ସ୍ତରରେ ସାରା ଦେଶରେ କାର୍ଯ୍ୟକ୍ରମ ଆୟୋଜନ କରିବ । କୃଷି ଅନୁସନ୍ଧାନ ଏବଂ ଶିକ୍ଷା ବିଭାଗ ପ୍ରତ୍ୟେକ କୃଷି ବିଜ୍ଞାନ କେନ୍ଦ୍ରରେ କୃଷି ମେଳା ଏବଂ ପ୍ରାକୃତିକ କୃଷି ଉପରେ ପ୍ରତ୍ୟକ୍ଷ ପ୍ରଦର୍ଶନୀର ଆୟୋଜନ କରିବ । କେନ୍ଦ୍ର କୃଷି ମନ୍ତ୍ରୀ ସାଧାରଣ ସେବା କେନ୍ଦ୍ର (ସିଏସ୍ସି) ଦ୍ୱାରା ଆୟୋଜିତ ଫସଲ ବୀମା ଉପରେ ସାରା ଦେଶରେ କର୍ମଶାଳା ଗୁଡିକର ଶୁଭାରମ୍ଭ କରିବେ ।
ଗ୍ରାମ ବିକାଶ ମନ୍ତ୍ରଣାଳୟ ସହିତ ଡିଏୱାଇ – ଏନ୍ଆଏର୍ଲ୍ଏମ୍ ଅଧୀନରେ କୃଷି ପରିବେଶ ଏବଂ ପଶୁଧନ ଅଭ୍ୟାସ ଗୁଡିକ ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ କରାଯିବ । ଏହି ସପ୍ତାହରେ ବାଣିଜ୍ୟ ମନ୍ତ୍ରଣାଳୟ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ (ଓଡିଓପି) ଉପରେ ଏକ ୱେବିନାର ଆୟୋଜିତ ଅନୁଷ୍ଠିତ ହେବ । ୭୫ ଜଣ ମନୋନୀତ କୃଷକ ଏବଂ ଉଦ୍ୟୋଗୀ ମାନଙ୍କୁ ନେଇ ଏକ ରାଷ୍ଟ୍ରୀୟ ଆତ୍ମନିର୍ଭର ଭାରତ ସମ୍ମିଳନୀ ଆୟୋଜନ କରାଯିବ । ଏହି ସପ୍ତାହରେ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ, ମତ୍ସ୍ୟ ପାଳନ, ପଶୁପାଳନ ଏବଂ ଡେରୀ ମନ୍ତ୍ରଣାଳୟ ବିଭାଗ ଗୁଡିକର ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ (ଓଡିଓପି) ଆଧାରିତ କର୍ମଶାଳା, ୱେବିନାର ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିବ । ଏହି ଅଭିଯାନରେ ସାରା ଦେଶରେ ଉଭୟ ପ୍ରତ୍ୟେକ୍ଷ (ଅଫ୍ଲାଇନ୍) ଏବଂ ଆଭାସୀ (ଅନ୍ଲାଇନ୍) ମାଧ୍ୟମରେ ୧ କୋଟିରୁ ଅଧିକ କୃଷକ ଏବଂ ହିତାଧିକାରୀ ମାନେ ଅଂଶଗ୍ରହଣ କରିବାର ଆଶା ରହିଛି ।
