ବାଲେଶ୍ୱର : ଜାତୀୟ ରାଜପଥରେ ମାଲବାହୀ ଯାନ ପାର୍କିଂ ଉପରେ କଟକଣା
Mandatory Credit: Photo by JAIPAL SINGH/EPA-EFE/Shutterstock (10049053a) Kashmiri truck drivers stand near the stranded vehicles as they wait for the opening of the Jammu-Srinagar national highway which is closed to traffic, on the outskirts of Jammu, the winter capital of Kashmir, India, 06 January 2019. Kashmir remained cut off from the rest of the country as heavy snowfall in the Pir Panjal mountain range closed the Srinagar-Jammu highway, authorities said. The highway is the only road connection between the landlocked valley and the rest of the country. Jammu-Srinagar national highway closed due to bad weather, India - 06 Jan 2019
ବାଲେଶ୍ୱର : ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୬ ନମ୍ବର ଜାତୀୟ ରାଜପଥର ବିର୍ଲା ଟାୟାର ଫାଟକ ଠାରୁ ନହରପାରଟଣା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ ଏବଂ ଏଥି ସଂଲଗ୍ନ ସର୍ଭିସ୍ ରାସ୍ତାରେ ସମସ୍ତ ପ୍ରକାର ମାଲବାହୀ ଯାନର ପାର୍କିଂ ଉପରେ କଟକଣା ଜାରି କରାଯାଇଛି । ଏହି ରାସ୍ତାର ବାମପଦା, ରେମୁଣା, ଶାଳବଣୀ, ନୂଆଗାଁ ଏବଂ ନହରପାଟଣା ଅଞ୍ଚଳକୁ ବ୍ଲାକସ୍ପଟ୍ ଭାବେ ଘୋଷଣା କରାଯାଇଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଯାନବାହାନର ଅବାଧ ଚଳାଚଳ ଏବଂ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ମାଲବାହୀ ଟ୍ରକ୍ ସମେତ ଅନ୍ୟାନ୍ୟ ମାଲବାହୀ ଯାନଗୁଡ଼ିକ ଗମ୍ଭାରିଆ ଠାରେ ପ୍ରସ୍ତାବିତ ଟ୍ରକ୍ ଟର୍ମିନାଲରେ ହିଁ ସେମାନଙ୍କ ଗାଡ଼ିଗୁଡ଼ିକୁ ପାର୍କିଂ କରିବାକୁ କୁହାଯାଇଛି ।
ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଏହି କଟକଣାର ଅନୁପାଳନ ପୂର୍ବକ ମାଲବାହୀ ଗାଡ଼ିଗୁଡ଼ିକ ଉପରୋକ୍ତ ରାସ୍ତାରେ ବେଆଇନ ପାର୍କିଂ ନ କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ଏ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ପାଇଁ ସ୍ଥାନୀୟ ଅଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ମଧ୍ୟ କରାଯାଉଛି । ଜାରି କରାଯାଇଥିବା କଟକଣାର ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
