ବାଲେଶ୍ୱର ଜିଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକର ନଗ୍ରମ ପଞ୍ଚାୟତରେ ଜିଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ସାମାଜିକ ନ୍ୟାୟ ସପ୍ତାହ ପାଳନ ଅବସରରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି । ପଞ୍ଚାୟତର ଫାର୍ମ ବାଡ଼ିରେ ଅନୁଷ୍ଠିତ ଶିବିରକୁ ଭାଜପା ଜିଲା ସଭାପତି ଉମାକାନ୍ତ ମହାପାତ୍ର ଉଦ୍ଘାଟନ କରିବା ସହ ଦଳର ପ୍ରତିଷ୍ଠା ଦିବସର ସଂକଳ୍ପ ଅନୁଯାୟୀ ସାମାଜିକ ନ୍ୟାୟ ସପ୍ତାହ ପାଳନ ଅବସରରେ ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କ ପକ୍ଷରୁ ଜାରି ରହିଥିବା ବିଭିନ୍ନ ଜନହିତକର କାର୍ଯ୍ୟ ବେଶ ପ୍ରଶଂସନୀୟ । ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇବା ସହ ଏହିଭଳି ସ୍ୱାସ୍ଥ୍ୟ ଶିବିର ସ୍ଥାନୀୟ ଲୋକଙ୍କ ପାଇଁ ଉପାଦେୟ ହୋଇପାରିଛି ବୋଲି କହିଥିଲେ ।

୨୫ନଂ. ଜିଲା ପରିଷଦ ଜୋନ୍ ସଭାପତି ସର୍ବେଶ୍ୱର ବୁଗୁଡ଼ାଇ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଭାଜପା ଯୁବମୋର୍ଚ୍ଚା ଜିଲା ସଭାପତି ରାଜେଶ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଶବିରରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲା ସମ୍ପାଦକ ପର୍ଶୁରାମ ପରିଡ଼ା, ନଗର ସଭାପତି ଚିତରଞ୍ଜନ ପଣ୍ଡା, ଆରସିଏମ୍ସି ସଭାପତି ସର୍ବେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଭାଜପା ପକ୍ଷରୁ ଜାରି ରହିଥିବା ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ନଗ୍ରମ ସରପଞ୍ଚ ବବିତା ଭୂୟାଁ ଶିବିରରେ ଉପସ୍ଥିତ ରହି ଏହିଭଳି ସ୍ୱାସ୍ଥ୍ୟ ଶିବିର ଆୟୋଜନ ନିଶ୍ଚିତ ରୂପେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆଣିପାରିବ ବୋଲି ମତବ୍ୟକ୍ତ କରିଥିଲେ । କୁରୁଡ଼ା ସ୍ଥିତ ନିଗମ ହସପିଟାଲ ସହଯୋଗରେ ଆୟୋଜିତ ଏହି ଶିବିରରେ ମେଡିସିନ୍, କ୍ରିଟିକାଲ କେୟାର, ସ୍ତ୍ରୀ ଓ ପ୍ରସୂତି ଏବଂ ଦନ୍ତ ବିଭାଗର ଚିକିତ୍ସକମାନେ ଯୋଗଦେଇ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଉପାଦେୟ ପରାମର୍ଶ ଦେଇଥିଲେ । ଏଥିସହିତ ହସପିଟାଲ ପକ୍ଷରୁ ସମସ୍ତ ରୋଗୀଙ୍କ ନିଦାନ ବ୍ୟବସ୍ଥା ଓ ଔଷଧ ବଣ୍ଟନ କରାଯାଇଥିଲା । ପରମାନନ୍ଦ ମହାପାତ୍ର, ବିଜୟ କୁମାର ସାହୁ, ସୁବୋଧ ଚନ୍ଦ୍ର ପଣ୍ଡା, ରବିନ୍ଦ୍ର ଜୈନ, ନାରାୟଣ ମହନ୍ତ, ସୁମନ୍ତ ଦାସ, ଆଶିଷ ଦାସ, ଅରୁପ କୁମାର ଜେନା, ଅନନ୍ଦ ଦାସ, କାର୍ତ୍ତିକ ଚନ୍ଦ୍ର ବେହେରା ପ୍ରମୁଖ ଯୁବମୋର୍ଚ୍ଚାର ସଦସ୍ୟ ଉପସ୍ଥିତ ରହି ଶିବିର ପରିବାଳନାରେ ସକ୍ରିୟ ସହଯୋଗ କରିଥିଲେ ।
