ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର
ଡେଲାଙ୍ଗ : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୂନିନ୍ଦା ପଞ୍ଚାୟତ ମୋ ପାଠାଗାର ପରିସରରେ ଶନିବାର ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ଆବାହକ ତଥା ଯୁବ ସମାଜସେବୀ ରାଧାମୋହନଙ୍କ ସହାୟତାରେ ମୁନିନ୍ଦା ସରପଞ୍ଚ ଶେଷଦେବ ବାରିକଙ୍କ ତତ୍ବାବଧାନରେ ଏହି ଶିବିର ଆୟୋଜନ କରାଯାଇଥିଲା ମେଡିକାଲ । ହାଇଟେକ କଲେଜ , ଭୁବନେଶ୍ବର ସହଯୋଗରେ ଅସ୍ଥିଶଲ୍ୟ ବିଭାଗର ଡକ୍ଟର ରତିକାନ୍ତ ବେହେରା , ଚକ୍ଷୁ କର୍ଣ୍ଣ ନାସା ଗଳା ବିଭାଗର ଡକ୍ଟର ଏଲିଜା ବେହେରା , ଭେଷଜ ବିଭାଗର ଡକ୍ଟର କମଳ ପ୍ରଧାନ , ଦାନ ବିଭାଗର ଡକ୍ଟର ଆକାଂକ୍ଷା ସାହୁ , ଡକ୍ଟରଆନନ୍ଦିତା ସ୍ବାଇଁ , ସ୍ତ୍ରୀ ରୋଗ ଓ ପ୍ରସ୍ତୁତି ବିଭାଗର ଡକ୍ଟର ଅରୋଶ୍ମିତା ସାମଲ , ହାଇଟେକ ମେଡିକାଲ କଲେଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ମାଲକୀନ ବେହେରା ପ୍ରମୁଖ ଶିବିରରେ ଯୋଗ ଦେଇଥିଲେ । ବିଭିନ୍ନ ବିଭାଗର ୨୫୫ ଜଣ ରୋଗୀ ଏହି ଶିବିରରେ ନାମ ପଞ୍ଜିକରଣ କରିଥିଲେ । ସେମାନଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଓ ଔଷଧ ଯୋଗାଇ ଦିଆଯାଇଥିଲା । ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ , ବିଡିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ , ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ ଶିବିର ପରିଦର୍ଶନ କରିବା ସହ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୂନିନ୍ଦା ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ଦୁର୍ଗା ଚରଣ ରାଉତରାୟ , ସ୍ଥାନୀୟ ସମିତି ସଭ୍ୟ ସ୍ବର୍ଣ୍ଣଲତା ସେଠି ଓ ମଞ୍ଚର କାର୍ଯ୍ୟକର୍ତ୍ତା ଚଣ୍ଡେଶ୍ବର ଦାଶ , ଧନେଶ୍ବର ପରିଡା , ସଦାଶିବ ପରିଡା , ସୁରେଶ ମହାରଣା , ମନୋଜ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଏଥରେ ସହଯୋଗ କରିଥିଲେ । ଶେଷରେ ମଞ୍ଚର ଆବାହକ ତଥା ଯୁବ ସମାଜସେବୀ ରାଧାମୋହନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
