ମାଗଣା ସ୍ୱାସ୍ଥ୍ୟ ଶିବିର
ଯାଜପୁର : ଦଶରଥପୁର ବ୍ଲକ ଖଣ୍ଡରା ହାଇସ୍କୁଲ ନିକଟ ଲାଇଫ୍ କେୟାର ଡ୍ରଗ୍ କେନ୍ଦ୍ରଠାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇଲେଟ୍ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ ଶିବିରରେ ମାର୍କଣ୍ଡପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରର ବିଶେଷଜ୍ଞ ଡାକ୍ତର ରୁପ ନାରାୟଣ ସାହୁ ଓ ଅନ୍ୟ ସ୍ୱାସ୍ଥ କର୍ମଚାରୀ ସମୁହ ଉପସ୍ଥିତ ରହି ଆଖାପାଖ ଅଞ୍ଚଳରୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ ଆସିଥିବା ପ୍ରାୟ ୨ ଶହରୁ ଉର୍ଦ୍ଧ୍ୱ ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଡାକ୍ତରଙ୍କ ପରାମର୍ଶ କ୍ରମେ ସଂମ୍ପୃକ୍ତ ରୋଗୀ ମାନଙ୍କ ମଧୁମେୟ ଓ ଉଚ୍ଚ ରକ୍ତଚାପ ଭଳିବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇ ସେମାନଙ୍କୁ ବିନାମୂଲ୍ୟରେ ଔଷଧ ବିତରଣ କରାଯାଇଥିଲା । ଫାଉଣ୍ଡେସନର ମୁଖ୍ୟ ତନୁଜ ରାଉତ, ଶ୍ରୀକୁମାର ଚାନ୍ଦ ରଣା, ପାର୍ଥ ମାଧବ ନାୟକଙ୍କ ସମେତ ଅନ୍ୟ ସଦସ୍ୟମାନେ ଏହି ସ୍ୱାସ୍ଥ୍ୟ ସେବା ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ
କରିଥିଲେ ।
