ବାଲେଶ୍ୱର : ଫିଏଟ୍ ଲକ୍ସ କ୍ଲବ କାର୍ଯ୍ୟାଳୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର
ନୀଳଗିରି : ନୀଳଗିରି କୈଳାସ ଚନ୍ଦ୍ର ହାଇସ୍କୁଲ ସାମ୍ନାରେ ଥିବା ଫିଏଟ୍ ଲକ୍ସ କ୍ଲବ କାର୍ଯ୍ୟାଳୟ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଲାୟନସ୍ ଚକ୍ଷୁ ହସପିଟାଲ ବାଲେଶ୍ୱର ସହଯୋଗରେ ଏହି ଶିବିର ଆୟୋଜିତ ହୋଇଥିବା ବେଳେ ଏହି ଶିବିରକୁ ନୀଳଗିରି ଉପ-ଜିଲାପାଳ ହରିଶ୍ଚନ୍ଦ୍ର ଜେନା ଓ ତହସିଲଦାର ଅଶେଷ କୁମାର ନାୟକଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଆୟୋଜକ ନୀଳଗିରିର ଏକ ଅଗ୍ରଣୀ ଫିଏଟ୍ ଲକ୍ସ କ୍ଲବ ଦ୍ୱାରା ଅନୁଷ୍ଠିତ ହୋଇଥିଲା ।
ରୋଗୀଙ୍କ ଚିକିତ୍ସା ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ବିନା ମୂଲ୍ୟରେ ଶିବିରରେ ୭୯ ଜଣ ଚକ୍ଷୁ ପରୀକ୍ଷା କରିଥିବା ବେଳେ ତନ୍ମଦ୍ଧରୁ ୨୭ଜଣଙ୍କ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ବାଲେଶ୍ୱର ଲାୟନ୍ସ ଚକ୍ଷୁ ହସପିଟାଲକୁ ପଠାଇ ଦିଆଯାଇଛି । ବ୍ଲକର ସଭାପତି ଉଦୟ ଜ୍ୟୋତି ମାହାନ୍ତି, ସମ୍ପାଦକ ସବ୍ୟସାଚୀ ମହାପାତ୍ର, ସହ-ସମ୍ପାଦକ ଅଭିଷେକ ବେହେରା, ସଦସ୍ୟ ରାଜେନ୍ଦ୍ର ଜେନା, ଦିପ୍ତୀକାନ୍ତ ପୃଷ୍ଟି, ସୁରଞ୍ଜନ ମହାପାତ୍ର, ରାଜୀବ ମହାପାତ୍ର, ଜିତେନ୍ଦ୍ର ରାଉତ ପ୍ରମୁଖ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଶିବିର ସକାଳ ୯ଟାରୁ ଦିବା ୨ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଶେଷରେ ସବ୍ୟସାଚୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
