ବାଲେଶ୍ୱର : ସଦ୍ଭାବନା ଦିବସ ଅବସରରେ ଶପଥ ପାଠ
ବାଲେଶ୍ୱର : ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସଦଭାବନା ଦିବସ ପାଳନ ଅବସରରେ ଗୁରୁବାର ଏକ ଶପଥ ପାଠ କାର୍ଯ୍ୟକ୍ରମ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରାଳୟ ଏବଂ ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ ଉପସ୍ଥିତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ ।ଜାତି, ସମ୍ପ୍ରଦାୟ, ଧର୍ମ, କ୍ଷେତ୍ର ଓ ଭାଷାର ଭେଦଭାବ ବିନା ସମସ୍ତ ଭାରତୀୟଙ୍କ ଭାବନାତ୍ମକ ଏକତା ଏବଂ ସଦ୍ଭାବନା ନିମନ୍ତେ କାର୍ଯ୍ୟ କରିବା ଏବଂ ହିଂସାର ଆଶ୍ରୟ ନ ନେଇ ସମସ୍ତ ପ୍ରକାର ମତଭେଦକୁ କଥାବାର୍ତା, ଆଲୋଚନା ଓ ସାମ୍ବିଧାନିକ ବିଧି ମୁତାବକ ସମାଧାନ କରିବାକୁ ସମସ୍ତେ ଶପଥ ଗ୍ରହଣ କରିଥିଲେ ।
କୋଭିଡ୍-୧୯ ନିୟମାବଳୀର ପାଳନପୂର୍ବକ ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଜିଲାପାଳ, ରାଜସ୍ୱ ଭବେଶ କୁମାର ନାୟକ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ, କର୍ମଚାରୀ ଏହି ଶପଥପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।


