ମାଗଣା ଚକ୍ଷୁ ଚିକିତ୍ସା ଶିବିର
କୋରାଇ : ପାଣିକୋଇଲି ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଯାଜପୁରରୋଡ଼ ଭୂମିକା ଚକ୍ଷୁ ଚିକିତ୍ସାଳୟ ସହାୟତାରେ ଆଜି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପାଣିକୋଇଲି ଥାନାଧିକାରୀ ଶ୍ରୀମତୀ ଚିନ୍ମୟୀ ବେହେରା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ବରିଷ୍ଠ ନାଗରିକ ମଂଚର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୩୦ ଜଣ ରୋଗୀ ଚକ୍ଷୁ ପରୀକ୍ଷା କରାଯାଇଥିଲେ । ସେମାନଙ୍କ ମଧ୍ୟରୁ ୧୨ ଜଣ ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇଥିଲା । ଭୂମିକା ପକ୍ଷରୁ ଚିକିତ୍ସକ ଭାବେ ଅଭିଲିପ୍ସା ମହାରଣା, ରଂଜିତା ସାହୁ, ସତ୍ୟ ରଂଜନ ରାଉତ, ସୁଧାଂଶୁ ଶେଖର ଦାସ ଓ ଅଜୟ କୁମାର ଦାସ ଯୋଗଦେଇଥିଲେ । ବରିଷ୍ଠ ନାଗରିକ ମଂଚ ପକ୍ଷରୁ ସଭାପତି ନୃସିଂହ ଚରଣ ଦଳାଇ, ସମ୍ପାଦକ ସୁରେନ୍ଦ୍ର ରାୟ, ବୃନ୍ଦାବନ ଜେନା, ଗୌରାଙ୍ଗ ବାରିକ, ରାମ ଚନ୍ଦ୍ର ମଲିକ, ମୁରଲୀ ଖଣ୍ଡାଇ, ରଘୁନାଥ ମାଝୀ, ଉମାକାନ୍ତ ଖଣ୍ଡାଇ, ଅଦୈତ୍ୟ ଚରଣ ଦାଶ, ପତିତ ପାବନ ପାଢୀ, ସୁରେନ୍ଦ୍ର ସେଠୀ, ପୂର୍ଣ୍ଣାନନ୍ଦ ପରିଡା, ଅଭିରାମ ବାରିକ, ସୁର୍ଦଶନ ପହୀ,ଚନ୍ଦ୍ରମଣୀ ସ୍ୱାଇଁ, ରାମଚନ୍ଦ୍ର ବେହେରା, ସନାତନ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
