ଜଗତପୁରରେ ନିଶୁଳ୍କ ଚକ୍ଷୁ ଶିବିର
କଟକ : ଜଗତପୁରସ୍ଥିତ ନିମପୁର ନୋଡାଲ ହାଇସ୍କୁଲ ପରିସରରେ ବରିଷ୍ଠ ନାଗରିକ ସଂଘ, ଜେପିଏମ ଚକ୍ଷୁ ଚିକିତ୍ସାଳୟ ଏବଂ ରୋଟାରୀ କ୍ଲବ ଅଫ ବିରୁପା ଆନୁକୂଲ୍ୟରେ ଏକ ନିଶୁଳ୍କ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରଟିକୁ ରୋଟାରୀ ଚକ୍ଷୁ ଚିକିତ୍ସାଳୟର ସଭାପତି ରୋଟାରିୟାନ ଜଗବନ୍ଧୁ ସାହୁ ଏବଂ ରୋଟାରୀ ଚାରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ରୋଟାରିୟାନ ଇଂ ଧିରେନ୍ଦ୍ର କୁମାର ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ବରିଷ୍ଠ ନାଗରିକ ସଂଘର ସଭାପତି ଦୂର୍ଯ୍ୟୋଧନ ରାଉତଙ୍କ ନେତୃତ୍ୱରେ ୧୩୭ ଜଣ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହିତ ସେମାନଙ୍କୁ ଔଷଧ ମଧ୍ୟ ବିନା ମୂଲ୍ୟରେ ଯୋଗାଇ ଦିଆଯାଇଥିଲା । ଏଥିସହିତ ୧୫ ଜଣ ମୋତିଆବିନ୍ଦୁରେ ପିଡୀତଙ୍କୁ ଅସ୍ତ୍ରୋପ୍ରଚାର ନିମନ୍ତେ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଥିଲା । ଏହି ଶିବରଟିରେ ବରିଷ୍ଠ ନାଗରିକ ସଂଘର ସାଧାରଣ ସମ୍ପାଦକ ପଦ୍ମନାଭ ବେହେରା, ସଂଗଠକ ସମ୍ପାଦକ ରବିନ୍ଦ୍ର ପରିଡା, ସଭ୍ୟ ଅଭିରାମ ନାୟକ, ନିରଞ୍ଜନ ଦାସ, ଦେବେନ୍ଦ୍ର ପରିଡା, ଶରତ ମିଶ୍ର, ରୋଟାରୀ କ୍ଲବ ତରଫରୁ ରୋଟାରିୟାନ ସୁଜିତାଭ ଶତପଥୀ, ରୋଟାରିୟାନ ଅକ୍ଷୟ କୁମାର ନାୟକ, ରୋଟାରିୟାନ ବିଶ୍ୱରଞ୍ଜନ ସାହୁ, ରୋଟ୍ରାକ୍ଟ କ୍ଲବ ଅଫ ବିରୁପା ତରଫରୁ ସଭାପତି ମନୋରଞ୍ଜନ ସାହୁ, ସମ୍ପାଦକ ପ୍ରଶାନ୍ତ ମହାନ୍ତି, ବିଶ୍ୱରଞ୍ଜନ ନାଥ, ସୀମା ଲେଙ୍କା ପ୍ରମୁଖ ଶିବିରଟିକୁ ପରିଚାଳନା କରିଥିବା ବେଳେ ରୋଟାରୀ ଚକ୍ଷୁ ଚିକିତ୍ସାଳୟର ଶଶୀକାନ୍ତ ଦାସ, ଶୁଭଦର୍ଶିନୀ ସାହୁ, ପ୍ରଜ୍ଞା ମହାନ୍ତି ଏବଂ ପରେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
