ଚତୁର୍ଥ ବିବାହ କଲେ ଅଭିନେତା ନରେଶ ବାବୁ, ହେଲେ ଟ୍ରୋଲ୍
ମୁମ୍ଵାଇ : ଚତୁର୍ଥ ଥର ପାଇଁ ବିବାହ କଲେ ଅଭିନେତା ନରେଶ ବାବୁ । ୬୦ ବର୍ଷ ବୟସରେ ସେ ୪୪ ବର୍ଷୀୟା ଅଭିନେତ୍ରୀ ପବିତ୍ରା ଲୋକେଶଙ୍କ ସହ ନେଲେ ସାତଫେରା। ଅତି ସରଳ ଢଙ୍ଗରେ ବିବାହ ହୋଇଥିବା ବେଳେ ଏଥିରେ କେବଳ ପରିବାର ଏବଂ ଅଳ୍ପ କିଛି ବନ୍ଧୁ ଉପସ୍ଥିତ ଥିଲେ । ବିବାହର ଭିଡିଓ ନରେଶ ବାବୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।
ଟ୍ୱିଟରରେ ଭିଡିଓ ସେୟାର କରି ନରେଶ ବାବୁ ଲେଖିଛନ୍ତି ଯେ, ଆମର ଏହି ନୂଆ ଯାତ୍ରାରେ ଆଜୀବନ ଶାନ୍ତି ଏବଂ ସୁଖ ପାଇଁ ତୁମର ପ୍ରାର୍ଥନା ଆବଶ୍ୟକ। ନରେଶ ବାବୁ ଏବଂ ପବିତ୍ରା ଲୋକେଶ ମଣ୍ଡପରେ ବିବାହ ରୀତିନୀତି କରୁଥିବା ଦେଖିବାକୁ ମିଳିଛି। ଅନେକ ଅତିଥି ମଧ୍ୟ ମଣ୍ଡପ ଚାରିପାଖରେ ଅଛନ୍ତି । ସେୟାର ହୋଇଥିବା ଭିଡିଓଟି ୪୨ ସେକେଣ୍ଡର । ପ୍ରଶଂସକମାନେ ଭିଡିଓରେ ଅଭିନନ୍ଦନ ବାର୍ତ୍ତା ଦେବାରେ ଲାଗିଛନ୍ତି ।
Seeking your blessings for a life time of peace & joy in this new journey of us🤗
— H.E Dr Naresh VK actor (@ItsActorNaresh) March 10, 2023
ఒక పవిత్ర బంధం
రెండు మనసులు
మూడు ముళ్ళు
ఏడు అడుగులు 🙏
మీ ఆశీస్సులు కోరుకుంటూ ఇట్లు
– మీ #PavitraNaresh ❤️ pic.twitter.com/f26dgXXl6g
ସୂଚନା ଯେ, ନରେଶ ପୂର୍ବରୁ ତିନୋଟି ବିବାହ କରିଛନ୍ତି। ତାଙ୍କର ପ୍ରଥମ ବିବାହ ସିନିୟର ଡ୍ୟାନ୍ସ ମାଷ୍ଟର ଶ୍ରୀନୁଙ୍କ ଝିଅ ସହିତ ହୋଇଥିଲା । ସେହି ବିବାହରୁ ଉଭୟଙ୍କର ଏକ ପୁତ୍ର ଅଛି। ଏହା ପରେ ସେ ପ୍ରସିଦ୍ଧ କବି ତଥା ଗୀତିକାର ଦେବୁଲାପାଲ୍ଲୀ କୃଷ୍ଣ ଶାସ୍ତ୍ରୀଙ୍କ ନାତୁଣୀ ରେଖା ସୁପ୍ରିୟାଙ୍କୁ ବିବାହ କରିଥିଲେ। ଏହା ପରେ ସେ ନିଜଠାରୁ ୨୦ ବର୍ଷ ସାନ ରାମିଆ ରଘୁପତିଙ୍କୁ ବିବାହ କରିଥିଲେ। ଏହି ବିବାହରୁ ନରେଶ ଏବଂ ରାମିଆଙ୍କର ଏକ ପୁଅ ଅଛି । ବର୍ତ୍ତମାନ ସେ ଚତୁର୍ଥ ବିବାହ କରିଛନ୍ତି । ଯାହାକୁ ନେଇ ସେ ଖୁବ୍ ଟ୍ରୋଲ୍ ହେଉଛନ୍ତି।
