ନ୍ୟାସନାଲ ପାନ୍ଥର୍ସ ପାର୍ଟିର ପ୍ରତିଷ୍ଠାତା ନେତା ଭୀମ ସିଂଙ୍କ ଦେହାନ୍ତ
ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀର ନ୍ୟାସନାଲ ପାନ୍ଥର୍ସ ପାର୍ଟିର ପ୍ରତିଷ୍ଠାତା ତଥା ବରିଷ୍ଠ ନେତା ଭୀମ ସିଂଙ୍କ ଜାମ୍ମୁରେ ଆଜି ଦେହାନ୍ତ ହୋଇଛି । ଭୀମ ସିଂଙ୍କ ୮୧ ବର୍ଷ ବୟସରେ ଦେହାନ୍ତ ହୋଇଛି । ସିଂଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇବା ସହ ଜାମ୍ମୁ କାଶ୍ମୀରର କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଜଣେ ତୃଣମୂଳ ସ୍ତରର ନେତା ଭାବରେ ତାଙ୍କୁ ସ୍ମରଣ କରାଯିବ ବୋଲି ଟୁଇଟ କରି କହିଛନ୍ତି।
Prof Bhim Singh Ji will be remembered as a grassroots leader who devoted his life for the welfare of Jammu and Kashmir. He was very well read and scholarly. I will always recall my interactions with him. Saddened by his demise. Condolences to his family and supporters. Om Shanti.
— Narendra Modi (@narendramodi) May 31, 2022
ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ, ପ୍ରଫେସର ଭୀମ ସିଂ ଜୀଙ୍କୁ ତୃଣମୂଳ ସ୍ତରର ନେତା ଭାବରେ ସ୍ମରଣ କରାଯିବ ଯିଏ ଜାମ୍ମୁ କାଶ୍ମୀରର କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସେ ବହୁତ ଭଲ ପାଠକ ଏବଂ ବିଦ୍ୱାନ ଥିଲେ । ମୁଁ ତାଙ୍କ ସହିତ ମୋର କଥାବାର୍ତ୍ତା ସବୁବେଳେ ମନେ ରଖିବି । ତାଙ୍କ ଦେହାନ୍ତରେ ଦୁଃଖିତ । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି
