ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ଦିବସ
କଟକ : କଟକ ଜିଲ୍ଲା ଉତ୍କଳ ସମ୍ମିଳନୀ ଆନୁକୂଳ୍ୟରେ ସମ୍ମିଳନୀର ୧୧୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି, ଇଦ୍ଗାସ୍ଥ ସୃତି ସ୍ତମ୍ଭରେ ମାଲ୍ୟାର୍ପଣ, ମାତୃବନ୍ଦନା “ବନ୍ଦେ ଉତ୍କଳ ଜନନୀ” ଗାନ ଓ ସୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା, ଶିକ୍ଷାବିତ ବଂଶୀମୋହନ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନୁଷ୍ଠାନର ସଂଗଠନ ସମ୍ପାଦକ ନରସିଂହ ମହାପାତ୍ର ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । କଟକ ମହାନଗର ନାଗରିକ ମହାସଭାର ସଭାପତି ଉାକ୍ତର ରବିରଞ୍ଜନ ସାହୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳ ସମ୍ମିଳନୀର ଭୂମିକା ଓ ଇଦ୍ଗାର ସ୍ୱାତନ୍ତ୍ରତା ସଂପର୍କରେ ବକ୍ତାମାନେ ମତପ୍ରକାଶ କରିଥିଲେ । ସାଧାରଣ ସଂମ୍ପାଦକ ଶ୍ୟାମ ସୁନ୍ଦର ସାହୁ, ଗୋପାଳ ଚନ୍ଦ୍ର ମିଶ୍ର, ସୋମନାଥ ଦାସ, ପ୍ରଶାନ୍ତ ନାୟକ, କୁଳମଣୀ ପଣ୍ଡା, ବିଚିତ୍ରାନନ୍ଦ ମିଶ୍ର, ଅଶ୍ୱିନୀ କୁମାର ସେଠୀ, ଭୁବନାନନ୍ଦ ମହାନ୍ତି, ସମରେନ୍ଦ୍ର ଘୋଷ, ପ୍ରମୂଖ ସୃତିଚାରଣ କରିଥିଲେ । ସମ୍ପାଦକ ମାଧବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
