ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ବର୍ତମାନ କୌଣସି ପତା ନାହିଁ : ଗୃହମନ୍ତ୍ରୀ
- ଚାନ୍ଦିୱାଲ କମିଶନଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
ମୁମ୍ବାଇ : ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲ୍ଲୀପ ୱାଲ୍ସ ପାଟିଲ କହିଛନ୍ତି ଯେ, ଚଣ୍ଡିୱାଲ କମିଶନଙ୍କ ରିପୋର୍ଟ ଆସିବା ପରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗୃହମନ୍ତ୍ରୀ କହିଛନ୍ତି ଯେ, ବର୍ତମାନ ପରମବୀର ସିଂଙ୍କ ଅନୁସନ୍ଧାନ କରାଯାଉନାହିଁ ।
ଦିଲ୍ଲୀପ ୱାଲ୍ସ ପାଟିଲ ଶୁକ୍ରବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ, ପରମବୀର ସିଂ ଚାନ୍ଦିୱାଲ ଆୟୋଗଙ୍କ ନିକଟରେ ହାଜର ହେବେ ନାହିଁ । ପରମବୀର ସିଂ ମଧ୍ୟ ଡ୍ୟୁଟିରେ ନାହାନ୍ତି । ଏପରିକି ପୋଲିସ ବିଭାଗ ଏବଂ ଗୃହ ବିଭାଗ ସହିତ ଯୋଗାଯୋଗରେ ନାହାଁନ୍ତି ତେଣୁ ଗୃହ ବିଭାଗ ଚଣ୍ଡିୱାଲ କମଶନଙ୍କ ରିପୋର୍ଟକୁ ଅପେକ୍ଷା କରିଛି । ଚଣ୍ଡିୱାଲ କମିଶନଙ୍କ ରିପୋର୍ଟ ଆସିବା ପରେ ପରମବୀର ସିଂଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନାଯୋଗ୍ୟ ଯେ, ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖି ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ୧୦୦ କୋଟି ଟଙ୍କା ଚୋରୀ କରିବା ଅଭିଯୋଗ କରିଛନ୍ତି । ଏହି ଅଭିଯୋଗର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଚାନ୍ଦିୱାଲ କମିଶନ ଗଠନ କରିଛନ୍ତି । ଆୟୋଗ ପରମବୀର ସିଂଙ୍କୁ ପାଂଚ ଥର ଡକାଇଛନ୍ତି କିନ୍ତୁ ସେ ଆୟୋଗଙ୍କ ନିକଟରେ ହାଜର ହୋଇନାହାନ୍ତି ।
