ଭାରତର ପୂର୍ବତନ ୱିକେଟକିପର ପାର୍ଥିବ ପଟେଲଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍
ନୂଆଦିଲ୍ଲୀ : ଭାରତର ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ । ଏ ନେଇ ପାର୍ଥିବ ଖୋଦ୍ ସୂଚନା ଦେଇଛନ୍ତି। ଯେଉଁ ସମୟରେ ପାର୍ଥିବଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହେଲା, ସେ ତୁରନ୍ତ ଏହାର ସୂଚନା ଦେଇଛନ୍ତି। ପାର୍ଥିବ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ବେଳେ ଷ୍ଟାର୍ ସ୍ପୋର୍ଟ୍ସ ଚ୍ୟାନେଲରେ କମେଣ୍ଟ୍ରୀ କରୁଥିବା ବେଳେ ଏଭଳି ଘଟିଛି।
Please note that my Instagram account has been hacked and I am unable to access it! Please ignore any unusual activity or messages from the account till we confirm that it is restored! @instagram
— parthiv patel (@parthiv9) October 17, 2021
ଏ ନେଇ ପାର୍ଥିକ ଟ୍ୱିଟ୍ କରି କହିଛନ୍ତି, ଦୟାକରୀ ଧ୍ୟାନ ଦିଅନ୍ତୁ। ମୋର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ମୁଁ ଏହାକୁ ଓପନ୍ କରିପାରୁ ନାହିଁ। ଯେପର୍ଯ୍ୟନ୍ତ ଏହି ଆକାଉଣ୍ଟ ରିଷ୍ଟୋର ନହୋଇଛି, ସେ ଯାଏ ଯଦି ଏହି ଆକାଉଣ୍ଟରୁ କୌଣସି ମେସେଜ୍ ଆସିଲେ, ଦୟାକାରୀ ଏହାକୁ ଅଣଦେଖା କରନ୍ତୁ। ୩୬ ବର୍ଷୀୟ ପାର୍ଥିବ ଜଣେ ପ୍ରତିଭାଶାଳୀ କ୍ରିକେଟର୍। ସେ ୨୦୦୨ରେ ମାତ୍ର ୧୭ ବର୍ଷ ବୟସରେ ଟେଷ୍ଟ ଡେବ୍ୟୁ କରିଥିଲେ, ଯାହା ଆଜି ବି ଏକ ରେକର୍ଡ। ସେ ଭାରତ ପକ୍ଷରୁ ୨୫ ଟେଷ୍ଟ, ୩୮ ଦିନିକିଆ ଓ ୨ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ପାର୍ଥିବ ସନ୍ନ୍ୟାସ ନେବା ପୂର୍ବରୁ ଆଇପିଏଲର ୬ଟି ଫ୍ରାଞ୍ଚାଇଜି ଟିମ୍ ପକ୍ଷରୁ ଖେଳିଛନ୍ତି। ପାର୍ଥିବ ବର୍ତ୍ତମାନ କମେଣ୍ଟ୍ରୀ କରୁଛନ୍ତି। ସୂଚନା ଯେ, ଗତ ମାସରେ ପାର୍ଥିବ ପଟେଲଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଥିଲେ। ପାର୍ଥିବଙ୍କ ବାପା ଅଜୟଭାଇ ବିପିନଚନ୍ଦ୍ର ପଟେଲ ୨୦୧୯ରୁ ବ୍ରେନ୍ ହାମ୍ରେଜ ସହ ସଂଘର୍ଷ କରୁଥିଲେ।
