ପୂର୍ବତନ ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କୁ ଜାମିନ୍
ଭୁବନେଶ୍ୱର : ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କୁ ଜାମିନ୍ ମିଳିଛି । ପ୍ରମାଣ ନଷ୍ଟ ନ କରିବା ଏବଂ ଅନ୍ୟାନ୍ୟ ସର୍ତ ସହ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ନ ହେବାରୁ ଜାମିନ ମିଳିଛି । ସୂଚନାଯୋଗ୍ୟ ଗତ ଫେବୃଆରୀ ମାସରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ୍ ରେ ଅଛନ୍ତି ତ୍ରିନାଥ ମିଶ୍ର । ତାଙ୍କୁ ଗିରଫ କରିଥିଲା । ପରେ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ମଧ୍ୟ ଦେଇଥିଲେ । ଭିଜିଲାନ୍ସ ଚଢାଉ ବେଳେ ତାଙ୍କର ଏକାଧିକ ପ୍ଲଟ୍ ଓ ଦାମୀ ଗାଡି ମିଳିଥିଲା ।
