ରାଷ୍ଟ୍ରଦୀପର ନୂତନ ପରିଚାଳନା ସମିତି ଗଠନ
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
କଟକ : ଓଡ଼ିଶାର ସାଂସ୍କୃତିକ ବିଚାରଧାରାର ପୃଷ୍ଠପୋଷକ ସାପ୍ତାହିକ ପତ୍ରିକା ରାଷ୍ଟ୍ରଦୀପର ନୂତନ ପରିଚାଳନା ସମିତି ଗଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ରାଷ୍ଟ୍ରଦୀପର ବିଗତ ବର୍ଷମାନଙ୍କରେ ହୋଇଥିବା କାର୍ଯ୍ୟର ସମୀକ୍ଷା ଓ ଆଗାମୀ ବର୍ଷ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ରାଷ୍ଟ୍ରଦୀପ ପରିଚାଳନା ସମିତିର ସଭାପତି ନରସୁନ୍ଦର ମିଶ୍ରଙ୍କ ଅନୁରୋଧ କ୍ରମେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓଡ଼ିଶା ପୂର୍ବପ୍ରାନ୍ତର ପ୍ରାନ୍ତ କାର୍ଯ୍ୟବାହ ଡ. ଅନିଲ କୁମାର ମିଶ୍ର ନୂତନ ପରିଚାଳନା ସମିତିର ସଦସ୍ୟଙ୍କ ନାମ ଘୋଷଣା କଲେ । ସଭାପତି ଭାବେ ଅନୁପ କୁମାର ବୋଷ, ଉପ ସଭାପତି ଦିଲ୍ଲୀପ କୁମାର ମହାନ୍ତି, ସଂପାଦକ ସତ୍ୟନାରାୟଣ ମିଶ୍ର, କୋଷାଧ୍ୟକ୍ଷ ବିଜୟ କୁମାର ବାଗଡ଼ିଆ, ରବିନାରାୟଣ ପଣ୍ଡା ନିମନ୍ତ୍ରିତ ସଭ୍ୟ ଏବଂ ସଙ୍ଗଠନ ସମ୍ପାଦକ ଭାବେ ଚିତ୍ତରଞ୍ଜନ ମହାପାତ୍ରଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଉକ୍ତ ବୈଠକରେ ପୂର୍ବତନ ପରିଚାଳନା ସମିତିର ସଦସ୍ୟ ବିଜୟ କୁମାର ଦାସ ଉପସ୍ଥିତ ଥିଲେ ।
