ବଡ଼ଗାଁ ବନାଚଂଳରେ କଲରାପତରିଆ ବାଘ ଆତଙ୍କ ବାଘକୁ ଧରିବାକୁ ବନ ବିଭାଗର ଉଦ୍ୟମ ଜାରୀ
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବନାଚଂଳରେ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଛି । ବାଘକୁ ଦେଖି ଲୋକେ ଭୟଭିତ ହୋଇପଡିଛନ୍ତି । ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଂଚି ବାଘକୁ ଠାବ କରିବା ସହ ତାକୁ ଧରିବାକୁ ଉଦ୍ୟମ ଜାରୀ ରଖିଛି । ପ୍ରଥମେ ଜନ୍ତା ସାହାଯ୍ୟରେ ବାଘଟିକୁ ଧରିବାକୁ ଚେଷ୍ଟା କରାଯାଇଥିଲା ମାତ୍ର ଏଥିରେ କୌଣସି ସୁଫଳ ନମିଳିବାରୁ ପରବର୍ତି ସମୟରେ ଜାଲ ସାହାଯ୍ୟରେ ବାଘଟିକୁ ଧରିବାକୁ ଉଦ୍ୟମ ଜାରୀ ରହିଛି ।
