ବାଲିମେଳାରେ ବନ ବିଭାଗ ପକ୍ଷରୁ ଚଢ଼ାଉ ୧ ଲକ୍ଷ ଟଙ୍କାର କାଠ ଜବତ
ମାଲକାନଗିରି : ବିଶେଷ ସୂତ୍ରରୁ ଖବର ପାଇଁ ବାଲିମେଳା ବନାଂଚଳ ତରଫରୁ ବାଲିମେଳା ସହର ମଧ୍ୟସ୍ଥ ଓସିସି କୋଲୋନୀ ଠାରେ ଭୈରବେଶ୍ୱର ବିଶୋଇ , ବୟସ -୩୦ ଙ୍କ ବାସଗୃହରେ ଆଜି ଚଢ଼ାଉ କରାଯାଇଥିଲା!ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପାଲ୍ଲୀଙ୍କ ନିର୍ଦ୍ଦେଶରେ ବନାଂଚଳ ଅଧିକାରୀ ମାଲକାନଗିରି ଙ୍କ ନେତୃତ୍ୱ ରେ ବାଲିମେଳା ବନାଂଚଳ ୨୦ ଜଣିଆ ଟିମ , ଏକ୍ସିକୁଟିଭ ମାଜିଷ୍ଟ୍ରେଟ ବିଜୟ କୁମାର ମଣ୍ଡାଙ୍ଗୀ ( ତହସିଲଦାର କୁଡୁମୁଲୁ ଗୁମ୍ମା ) ଏବଂ ପୋଲିସ ଉପସ୍ଥିତିରେ ରେଡ଼ କରାଯାଇଥିଲା । ବନାଂଚଳ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସର୍ଚ୍ଚ ୱାରେଂଟ ବଳରେ ବନପାଳ ମୋହନ ଗୁଡ଼ିଆ ଏବଂ ଅନ୍ୟ କର୍ମଚାରୀ ରେଡ଼ କରିଥିଲେ । ଭରବେଶ୍ୱରଙ୍କ ଅନୁପସ୍ଥିତି ରେ ତାଙ୍କ ସ୍ତ୍ରୀ ଶ୍ରୀମତୀ ଲିଜା ବେହେରା ରେଡରେ ସମ୍ପୂର୍ଣ ସହଯୋଗ କରିଥିଲେ ।
ଶ୍ରୀମତୀ ଲିଜା ବେହେରାଙ୍କ କହିବା ଅନୁଯାୟୀ ଭୁବନେଶ୍ୱର ବେହେରା ତାଙ୍କ ଦେଢଶୁର ହିଁ କାଠ ଗୁଡ଼ିକ ବ୍ୟକ୍ତିଗତ ବ୍ୟବହାର ନିମନ୍ତେ ଚୋରାରେ କିଣିଛନ୍ତି । ରେଡରେ ପ୍ରାୟ ତିରିଶ ଖଣ୍ଡ ଶାଗୁଆନ ଏବଂ ବୀଜା କାଠ ଜବତ ହୋଇଛି! ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ । କାଠ ଗୁଡ଼ିକ ଜବତ ପରେ ବନାଂଚଳ ଅଧିକାରୀଙ୍କ କାର୍ଯ୍ୟ ଳୟ ରେ ବନରକ୍ଷୀ ପ୍ରଶାନ୍ତ କୁମାର ରାଉତଙ୍କ ଜିମାରେ ରଖାଯାଇଛି । ଘଟଣା ର ଉତ୍ସ କୁ ପହଂଚିବା ନିମନ୍ତେ ବନ ବିଭାଗ ଏକ ଜଙ୍ଗଲ ମୋକଦ୍ଦମା ରୁଜୁ କରି ଅଧିକ ତଦନ୍ତ ଚାଲୁରଖି ଛି । ଆଜି ରେଡରେ ବାଲିମେଳା ବନାଂଚଳର ଉପ ବନାଂଚଳ ଅଧିକାରୀ ଅନିଲ କୁମାର ବାଲା , ବନପାଳ କୁମାରୀ ଜ୍ୟୋତି ଡୁଙ୍ଗଡୁଙ୍ଗ ଓ ସଦାଶିବ ଚିନାରା , ଫରେଷ୍ଟର ଏବଂ ବାନାଂଚଳର ସମସ୍ତ ବନରକ୍ଷୀ ଏବଂ ଜଙ୍ଗଲ ସୁରକ୍ଷା ସ୍କାଡ ଅଂଶ ଗ୍ରହଣ କରିଥିଲେ ।
