ଯୁକ୍ତ ୨ଛାତ୍ରଛାତ୍ରୀଙ୍କ ପାଇଁ ୩୦% ସିଲାବସ କମିବ
ଭୁବନେଶ୍ୱର : ଯୁକ୍ତ ୨ ପିଲାଙ୍କ ପାଇଁ ୩୦% ପାଠ୍ୟକ୍ରମ ହ୍ରାସ କରାଯିବ । ଚଳିତ ଶିକ୍ଷା ବର୍ଷରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନେ ୭୦ ପ୍ରତିଶତ ସିଲାବସର ପାଠ ପଢ଼ିବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ର ନିଷ୍ପତି ଅନୁସାରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଇଂଟରନାଲ ବ୍ୟବସ୍ଥା ଲାଗୁ ହେବ । ଏକାଦଶ ଶ୍ରେଣୀରେ ୩ଟି ଇଂଟରନାଲ ଓ ଗୋଟିଏ ବାର୍ଷକ ପରୀକ୍ଷା ହେବ । ଏହି ପରୀକ୍ଷାକୁ କଲେଜ କର୍ତୃପକ୍ଷ ପରିଚାଳନା କରିବ । ସେହିଭଳି ଦ୍ୱିତୀୟ ବର୍ଷ ପାଇଁ ୩ଟି ଇଂଟରନାଲ ପରୀକ୍ଷା ହେବ । ଶେଷ ପରୀକ୍ଷାକୁ ସିଏଚ୍ଏସ୍ଇ ପରିଚାଳନା କରିବ । ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ଉପରେ ସରକାର ନିଷ୍ପତି ନେବେ ।
ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲା ମୋଟ ୮ଟି ପରୀକ୍ଷା ଦେବେ । ପ୍ରଥମ ଇଂଟରନାଲ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନ ଦ୍ୱିତୀୟ ଇଂଟରନାଲରେ ପଡ଼ିବ ନାହିଁ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କମିବ ୩୦ ପ୍ରତିଶତ ସିଲାବସ୍ । ଯଦି କୌଣସି ପ୍ରକାରରେ ପରୀକ୍ଷାରେ ଅସୁବିଧା ହୋଇଥାଏ, ତେବେ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ରେଜଲ୍ଟ ପ୍ରକାଶ ପାଇବ ।
