ଆମେରିକା ଇତିହାସରେ ପ୍ରଥମ, ୮୫ ମିନିଟ ପାଇଁ ରାଷ୍ଟ୍ରପତି ହେବେ କମଲା ହାରିସ
ୱାଶିଂଟନ୍ : ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ହାତରେ ରହିବ ରାଷ୍ଟ୍ରପତିଙ୍କ କ୍ଷମତା । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ଭାବରେ ତାଙ୍କର ସମସ୍ତ କ୍ଷମତା ଶନିବାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ପ୍ରଦାନ କରିବେ। ତେବେ ମାତ୍ର ଏକ ଘଣ୍ଟା ପଚିଶ (୮୫) ମିନିଟ ପାଇଁ ଏହି ଶକ୍ତି ଏବଂ ଅଧିକାର ପାଇବେ ହାରିସ । ହାରିସ ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା, ଯେକି ସ୍ବଳ୍ପ ସମୟ ପାଇଁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ଦାୟିତ୍ବ ନେଇ ଇତିହାସ ସୃଷ୍ଟି କରିବେ । ଏହି ସମୟରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏକ ନିୟମିତ ‘କଲୋନୋସ୍କୋପି’ ଟେଷ୍ଟ ପାଇଁ ୱାଲ୍ଟର ରିଡ ନ୍ୟାସନାଲ ମିଲିଟାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ସୂଚନା ଯେ, ଡିସେମ୍ବର ୨୦୧୯ ରେ ବାଇଡେନ ନିଜ ଶରୀରର ପୂରା ମେଡିକାଲ ଟେଷ୍ଟ କରିଥିଲେ ଏବଂ ଡାକ୍ତରମାନେ ପୂର୍ବତନ ଉପରାଷ୍ଟ୍ରପତିଙ୍କୁ “ସୁସ୍ଥ” ଏବଂ “ରାଷ୍ଟ୍ରପତିଙ୍କ ଦାୟିତ୍ବକୁ ସଫଳତାର ସହ ପାଳନ କରିବା ପାଇଁ “ଫିଟ୍” ପାଇଲେ । ୨୦୦୯ ପରଠାରୁ, ବାଇଡେନଙ୍କ ଚିକିତ୍ସକ ଡକ୍ଟର କେଭିନ ଓ’କନୋର ଏକ ତିନି ପୃଷ୍ଠାର ନୋଟରେ ଲେଖିଛନ୍ତି ଯେ ରାଷ୍ଟ୍ରପତି ପ୍ରାର୍ଥୀ ବାଇଡେନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବାଇଡେନ୍ ପ୍ରଶାସନରେ କମଲା ହାରିସ୍ ଅନେକ ଚର୍ଚ୍ଚାରେ ରହିଛନ୍ତି କାରଣ ସେ ପ୍ରଥମ ଏପରି ଅଶ୍ୱେତ ମହିଳା ଅଟନ୍ତି ଯିଏ ଉପରାଷ୍ଟ୍ରପତି ହୋଇଛନ୍ତି । ସେହିପରି ଆମେରିକାର ଗଣମାଧ୍ୟମରେ ଆସୁଥିବା ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ବାଇଡେନ ତାଙ୍କ ଅଧିନସ୍ଥ ହାରିସଙ୍କୁ ଏପରି କାର୍ଯ୍ୟ ଦେଇଥିଲେ ଯାହା ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଖଣ୍ଡାଧାରରେ ଚାଲିବା ପରି ଥିଲା । ଶରଣାର୍ଥୀ ଏବଂ ମତଦାନ ପ୍ରସଙ୍ଗ ଏପରି ଥିଲା ଯାହା ଦ୍ୱାରା ବାଇଡେନଙ୍କ ପଦକ୍ଷେପ ସଫଳ ହୋଇଥିଲା ଏବଂ ହାରିସଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଲା । ଗତ ସପ୍ତାହରେ ହୋଇଥିବା ଏକ ସର୍ଭେରେ ହ୍ୟାରିସଙ୍କ ଅନୁମୋଦନ ମୂଲ୍ୟାୟନ ମାତ୍ର 28 ପ୍ରତିଶତକୁ ଖସି ଆସିଥିବାବେଳେ ବାଇଡେନଙ୍କ ସଂଖ୍ୟା ୩୮ ପ୍ରତିଶତକୁ ଖସି ଆସିଛି । ବର୍ତ୍ତମାନ ଖବର ଆସିବାରେ ଲାଗିଛି ଯେ ହାରିସଙ୍କୁ ହ୍ୱାଇଟ ହାଉସରୁ ସାଇଡ୍ ଲାଇନ୍ କରିବାକୁ ପ୍ରସ୍ତୁତି ଚାଲିଛି ।
