ପ୍ରଥମଥର ପାଇଁ ଲଣ୍ଡନର ପୋଲିସ ମୁଖ୍ୟ ହେବେ ଜଣେ ଭାରତୀୟ !
ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ପୋଲିସ୍ ଅଧିକାରୀ ନୀଲ ବାସୁ ପରବର୍ତ୍ତୀ ଲଣ୍ଡନ ମହାନଗର ନିଗମ ର ପୋଲିସ୍ କମିଶନର କିମ୍ବା ସ୍କଟଲ୍ୟାଣ୍ଡ୍ ୟାର୍ଡର ପୋଲିସ ବିଭାଗ ମୁଖ୍ୟ ହୋଇପାରନ୍ତି । ଏ ନେଇ ଟଙ୍କା ନାଁ ଏବେ ଚର୍ଚ୍ଚା ରେ ରହିଛି । ଅତୀତରେ ତାଙ୍କର ସରଳ ବ୍ୟବହାର ଓ କଥାବାର୍ତ୍ତା ଯୋଗୁଁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏବଂ ଗୃହ ସଚିବ ପ୍ରୀତି ପଟେଲ ତାଙ୍କୁ ଭୁଲ ବୁଝିଥିଲେ । ଏବେ କିନ୍ତୁ ଉଭୟ ତାଙ୍କ ସପକ୍ଷ ରେ ମତ ଦେଇଛନ୍ତି I ଲଣ୍ଡନ ର ପୋଲିସ୍ କମିଶନର ଏହା ଭିତରେ ଇସ୍ତଫା ଦେଇ ସାରିଛନ୍ତି । ଲଣ୍ଡନ ମେୟର ସାଦିକ ଖାନ ଙ୍କ ବିଶ୍ୱାସ ହରାଇବା ପରେ ବ୍ରିଟିଶ ରାଜଧାନୀର ପୋଲିସ କମିଶନର ଇସ୍ତଫା ଦେଇଛନ୍ତି ବୋଲି ଜଣାଯାଏ।
କୋଲକାତାର ଜଣେ ଭାରତୀୟ ଡାକ୍ତର ପିତାଙ୍କ ପୁଅ, ୫୩ ବର୍ଷ ବୟସ୍କ ଅନୀଲ କାଣ୍ଟି ‘ନୀଲ’ ବସୁ, ବର୍ତ୍ତମାନ ସହକାରୀ କମିଶନର ପଦବୀ ରେ ଅଛନ୍ତି ଏବଂ ବ୍ରିଟିଶ ରେ ଜଣେ ପୋଲସ ଅଧିକାରୀ ଭାବରେ ତାଙ୍କର ଖୁବ ସୁନାମ ରହିଛି । ତାଙ୍କ ମା ୱେଲସ ର ଅଧିବାସୀ । ନଟିଂହାମ ୟୁନିଭରସିଟିରୁ ଅର୍ଥନୀତି ସ୍ନାତକ ହାସଲ କରିବା ପରେ ସେ ୧୯୯୨ରେ ମେଟ ପୋଲିସରେ ଯୋଗ ଦେଇଥିଲେ । ତାଙ୍କ ର କାର୍ଯ୍ୟଦକ୍ଷତା ପାଇଁ ସେ ପୋଲିସିଂ କଲେଜର ନିର୍ଦ୍ଦେଶକ ହେଇଥିଲେ । ଏହା ପୂର୍ବରୁ ଆତଙ୍କବାଦ ବିରୋଧୀ ଅପରେସନ ର ମୁଖ୍ୟ ଭାବରେ ବହୁ ସୁନାମ ସାଉଁଟିଥିଲେ ।
ସମ୍ବାଦ ସଂସ୍ଥା ଦି ଗାର୍ଡିଆନ ପ୍ରକାଶିତ ହେଇଥିବା ଗୋଟିଏ ରିପୋର୍ଟ ଅନୁସାରେ, ସେ ଜଣେ ଖୁବ ଦକ୍ଷ ପୋଲିସ ଅଫିସର ଭାବରେ ଜଣାଯାଆନ୍ତି। ଯଦି ସେ ଲଣ୍ଡନ ମହାନଗର ନିଗମ ର ପୋଲିସ୍ କମିଶନର କିମ୍ବା ସ୍କଟଲ୍ୟାଣ୍ଡ୍ ୟାର୍ଡର ପୋଲିସ ବିଭାଗ ମୁଖ୍ୟ ଭାବରେ ନିଯୁକ୍ତି ପାଆନ୍ତି, ସେ ହେବେ ପ୍ରଥମ ଭାରତୀୟ ଯିଏ ବ୍ରିଟିଶ ରେ ଏତେ ବଡ ଦାୟିତ୍ୱ ପୁର୍ଣ ପଦବୀ ରେ ରହିବେ । ସମ୍ବାଦପତ୍ର ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ସେ ଅଗଷ୍ଟ ୨୦୧୯ ଗୋଟିଏ ସାକ୍ଷାତକାରରେ ଆତଙ୍କବାଦ ବିରୋଧୀ ମୁଖ୍ୟ ଏହି ପେପର କୁ କହିଥିଲେ- କୌଣସି ଚୁକ୍ତି ନ କରି ବ୍ରେକ୍ସିଟ୍ ରୁ ଦୂରେଇଗଲେ ବ୍ରିଟେନର ସୁରକ୍ଷା ଏବଂ ନିରାପତ୍ତା କ୍ଷତିଗ୍ରସ୍ତ ହେବ। ଏହା ପରେ ବରିସ ଜନସନ ତାଙ୍କୁ ଖରାପ ଭାବିଥିଲେ।
