୬ ଘଣ୍ଟା ଧରି ଶ୍ରୃତି ପାଣିଗ୍ରାହୀଙ୍କୁ ଜେରା କଲା ଇଡ଼ି
ଭୁବନେଶ୍ୱର : ଦୀର୍ଘ ୬ ଘଣ୍ଟା (ସକାଳ ୧୦ଟା ୧୫ରୁ ଅପରାହ୍ନ ୩ଟା ୪୫) ଧରି ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କୁ ଇଡ଼ି ର ଜେରା । ଶ୍ରୃତି ପାଣିଗ୍ରାହୀଙ୍କ ଠାରୁ ପାଠକ ଓ ପାଣିଗ୍ରାହୀ ପରିବାର ମଧ୍ୟରେ ହୋଇଥିବା ଟ୍ରାନଜାକ୍ସନ ସମ୍ପର୍କରେ କରିଥିଲେ ପଚରାଉଚରା । ଏପରିକି ଅଭୟ ପାଠକଙ୍କ ପୁଅ ଆକାଶ ପାଠକ ଓ ଶ୍ରୁତି ପାଣିଗ୍ରାହୀଙ୍କ ଆକାଉଣ୍ଟ ମଧ୍ୟରେ ହୋଇଛି ଅନେକ ମନି ଟ୍ରାନଜାକ୍ସନ । ଯାହାକୁ ନେଇ ପ୍ରତ୍ୟେକଟି ଟ୍ରାନଜାକ୍ସନର ସମ୍ପର୍କରେ ପଚରାଉଚରା କରିଛନ୍ତି ଇଡିର ଅଧିକାରୀ । ଏପରିକି ଚାକିରି ଦେବା ନାଁରେ ଠକେଇ କରିଥିବା ଟଙ୍କାକୁ ଆକାଶ ପାଠକଙ୍କ ଆକାଉଣ୍ଟରୁ କୁଆଡେ କୁଆଡେ ଯାଇଛି ।
ଶ୍ରୁତି ପାଣିଗ୍ରାହୀଙ୍କ ଆକାଉଣ୍ଟକୁ କେତେ ଥର ଟ୍ରାନଜାକ୍ସନ ହୋଇଛି । ଏପରିକି ଅନେକ ଟ୍ରାନଜାକ୍ସନ ସମ୍ପର୍କରେ ଇଡି ଅଧିକାରୀ ଶ୍ରୁତିଙ୍କୁ ପଚରାଉଚରା କରିଛନ୍ତି । ଜେରା ବେଳେ ଅନେକ ତଥ୍ୟ ଦେଇଛନ୍ତି ସେ । ଯାହାକୁ ଆଧାର କରି ପରବର୍ତ୍ତୀ ଜେରା ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ଅପେକ୍ଷା କରିଛି ଇଡି । କାରଣ ପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଅନେକ ବାର ସମନ ସତ୍ତ୍ବେ ଏଯାବତ ହାଜର ହୋଇନାହାନ୍ତି ଗୋପାଳପୁର ବିଧାୟକ । ଯେହେତୁ ବିଧାୟକ ଓ ଆକାଶ ପାଠକ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ଆସିଥିଲା । ସେସବୁ ଟଙ୍କାକୁ କେଉଁ ଆଡେ ବିନିଯୋଗ କରିଛନ୍ତି । ସେ ସବୁର ଗୁମର ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
