ହୋଲି ପାଇଁ ବଡ଼ଦାଣ୍ଡରେ ଖୋଲିଲା ରଙ୍ଗ ପସରା
ପୁରୀ : ତାରିଖ ବୁଧବାର ଦିନ ପବିତ୍ର ହୋଲି ଉତ୍ସବ । ଫଗୁ ଦଶମୀ ଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଫଗୁ ଖେଳ ଆରମ୍ଭ ହୋଇଛି । ୭ ତାରିଖ ପବିତ୍ର ଦୋଳପୂର୍ଣ୍ଣମୀ । ଦୋଳବେଦିରେ ଝୁଲିବେ ଦୋଳଗୋବିନ୍ଦ । ଆନନ୍ଦର ପର୍ବ ହୋଲି ପାଇଁ ସହର ହୋଇଛି ଚଳଚଞ୍ଛଳ । ହୋଲି ପାଇଁ ବଡ଼ଦାଣ୍ଡରେ ଖୋଲିଛି ଅନେକ ରଙ୍ଗ ପସରା । ପସରାରେ ଫଗୁ ସହ ହର୍ବାଲ ରଙ୍ଗ ବିକ୍ରି ହେଉଛି । ଏହା ସହ ପିଚକାରୀ, ଟୋପି, ମୁଖା, ଚଷମା ବିକ୍ରି ହେଉଛି । ଗ୍ରାହକମାନେ ହୋଲି ପାଇଁ ପସରାରୁ ବିଭନ୍ନ ରଙ୍ଗ ସହ ସରଞ୍ଜାମ କିଣୁଥିବା ଦେଖିବାକୁ ମିଳିଛି । ମୁଖା ମଧ୍ୟରେ ବାଘ ମୁଖା, ସିମ୍ପାଜି ମୁଖା, ସ୍କାଇଡ଼ର ମ୍ୟାନ,ବ୍ୟାଟମ୍ୟାନ ,ଜୋକର ଓ ଭୂତ ମୁଖା ରହିଛି । ପିଚକାରୀ ମଧ୍ୟରେ ବଡ଼ ଗନ, ହାଇ ପ୍ରେସର, ଛୋଟ ବନ୍ଧୁକ,କଲରଫୁଲ ସିରିଞ୍ଜି , ବଡ଼ ରକେଟ ପିଚିକାରୀ ରହିଛି । ହର୍ବାଲ ଫଗୁ,ନାଲି ନେଳି ସହ ଅନେକ ରଙ୍ଗର ଫଗୁ ରହିଛି । ପିଲାମାନଙ୍କ ପାଇଁ ପାଣି ପାଉଚ ରଙ୍ଗ ରହିଛି । ରଙ୍ଗୀନ ଟୋପି ମଧ୍ୟରେ ରାଜସ୍ଥାନୀ ଟୋପି,ସହ ଭଳିକି ଭଳି ଷ୍ଟାଇଲ ଟୋପି ରହିଛି ଏଥି ସହ ଏଥର ରଙ୍ଗୀନ ମାସ୍କ ମଧ୍ୟ ବିକ୍ରି ହେଉଛି । ବିଭିନ୍ନ ବର୍ଗର ବ୍ୟକ୍ତିମାନେ ରଙ୍ଗ ପସରା ନିକଟକୁ ଯାଇ ରଙ୍ଗ, ପିଚିକାରୀ ସହ ଟୋପି କଣୁଥିବା ପରିଲକ୍ଷିତ ହୋଇଛି । ହୋଲିରେ ଫଗୁ ସହ ହର୍ବାଲ ରଙ୍ଗ ବୋଳା ବୋଳି ହୋଇ ଆନନ୍ଦ ଉଲ୍ଲା
