ଲେହରେ ୧୧ହଜାର ଫୁଟ୍ ଉଚ୍ଚରେ ନିର୍ମିତ ଫୁଟବଲ୍ ଷ୍ଟାଡିୟମ୍, ପ୍ରାକୃତିକ ସୌନ୍ଦର୍ଯ୍ୟ ତୁଳନାତ୍ମକ ନୁହେଁ
ନୂଆଦିଲ୍ଲୀ : ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ଥିବା କ୍ରିକେଟ୍ ଷ୍ଟାଡିୟମ ମଧ୍ୟରୁ ଗୋଟିଏ ଭାରତର ଧର୍ମଶାଳାରେ ରହିଛି । କିନ୍ତୁ ଏବେ ଗୋଟିଏ ଫୁଟବଲ ଷ୍ଟାଡିୟମ ଏହି ସୂଚୀରେ ସାମିଲ ହୋଇଛି । କେନ୍ଦ୍ର ଶାସିତ ପ୍ରଦେଶ ଲଦ୍ଦାଖର ଲେଖରେ ଏକ ଫୁଟବଲ ଷ୍ଟାଡିୟମ ନିର୍ମାଣ କରିଛନ୍ତି କେନ୍ଦ୍ର ସରକାର । ଲେହର ପ୍ପିଟୁକରେ ପାହାଡ ଘେରା ଭିତରେ ନିର୍ମାଣ ହୋଇଛି ଏହି ସୁନ୍ଦର ଷ୍ଟାଡିୟମ ।
କେନ୍ଦ୍ର ଖେଳ ମନ୍ତ୍ରୀ ଅନୁରାଜ ସିଂ ଠାକୁର ଏହି ଷ୍ଟାଡିୟମର ଆକାଶ ମାର୍ଗର ଗୋଟିଏ ଫଟୋ ସେୟାର କରିଛନ୍ତି । ଏହି ଫୁଟବଲ ଷ୍ଟାଡିୟମକୁ ସମୁଦ୍ର ପତନରୁ ୧୧ ହଜାର ଫୁଟ୍ ଉପରେ ତିଆରି କରାଯାଇଛି । ଏହା ଖେଳୋ ଇଣ୍ଡିଆ ସ୍ପୋର୍ଟସ ଇନଫ୍ରାଷ୍ଟ୍ରକଚରର ଏକ ଅଂଶ । ଦର୍ଶକଙ୍କ ମନମୋହୁଛି ପ୍ରାକୃତିକ ପରିବେଷରେ ଥିବା ଷ୍ଟାଡିୟମର ଏହି ମନଲୋଭା ଫଟୋ । ସରକାର ଖେଳୋ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ଲୋକଙ୍କ ପାଇଁ ବିଭିନ୍ନ ଖେଳ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଏହାର ପରିକଳ୍ପନା କରିଛନ୍ତି । ଏହି ଷ୍ଟାଡିୟମର ନିର୍ମାଣ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଖୁବଶୀଘ୍ର ଖେଳାଳି ଏବଂ ଦର୍ଶକଙ୍କ ପାଇଁ ଏହା ଖୋଲାଯିବ । ଗତ ବର୍ଷ ସେପ୍ଟମ୍ୱରରେ ରାଜ୍ୟରେ ଫୁଟବଲ ପାଇଁ ସିନ୍େଥଟିକ୍ ଟ୍ରାକ ଏବଂ ଏଷ୍ଟ୍ରୋଟର୍ଫ ସହ ଅନ୍ୟ ଖେଳ ସୁବିଧା ପାଇଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କିରଣ ରିଜୁଜୁ ଏହାର ଶିଳାନ୍ୟାସ କରିଥିଲେ । ପ୍ସିତୁକ ବାସିନ୍ଦା ଏବଂ ଫୁଟବଲରେ ନିଜର କ୍ୟାରିୟର ଗଢିବାକୁ ଲକ୍ଷ୍ୟ ରଖିଥିବା ଖେଳାଳିଙ୍କ ପାଇଁ ଏହି ଷ୍ଟାଡିୟମ କୌଣସି ସ୍ୱପ୍ନ ପୂରଣଠାରୁ କମ ନୁହେଁ ।
