ଟଙ୍କା ପଇସାର ସମସ୍ୟା ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ
ଚାଣକ୍ୟ ନିତୀରେ ଚାଣକ୍ୟ ଏହା କହିଛନ୍ତି ଯେ ବୁଦ୍ଧିମାନ ମନୁଷ୍ୟ ନିଜ ଧନର ନାଶ ମନର କଥାକୁ, ଗୃହିଣୀର ଚରିତ୍ରକୁ, ବ୍ୟକ୍ତିଗତ କଥା ଏବଂ ନିଜର ଅପମାନକୁ କେବେ ବି କାହାରି ସାମ୍ନାରେ କହିନଥାଏ ।
ଧନ ଏବଂ ଅନ୍ନର ବ୍ୟବସାୟରେ, ବିଦ୍ୟା ଗ୍ରହଣ କରିବାରେ, ଭୋଜନ କରିବାରେ ଯେଉଁ ବ୍ୟକ୍ତି ନିଜ ସଙ୍କୋଚକୁ ଦୂରରେ ରଖିବ ସେ ସବୁବେଳେ ନିଜ ଜୀବନରେ ଖୁସିରେ ରହିବେ ।
ନିଜ ସ୍ତ୍ରୀ, ଭୋଜନ ଏବଂ ଧନ । ଏହି ତିନିଟିରେ ସନ୍ତୋଷ କରିବା ଉଚିତ ଏବଂ ବିଦ୍ୟା ଅଧୟନ, ତପ, ଧନ ଏବଂ ଧର୍ମରେ କେବେ ବି ସନ୍ତୋଷ କରିବା ଉଚିତ ନୁହେଁ ।
ଦୁଇ ବ୍ରାହ୍ମଣଙ୍କ ମଝିରେ, ଅଗ୍ନି ଏବଂ ବ୍ରାହ୍ମଣଙ୍କ ମଧ୍ୟରେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ, ମାଲିକ ଏବଂ ସେବକ ମଧ୍ୟରେ କେବେ ବି ତୃତୀୟ ବ୍ୟକ୍ତି ହୋଇ ପଶିବା ଉଚିତ ନୁହେଁ ।
ଅଗ୍ନି, ଗୁରୁ, ବ୍ରାହ୍ମଣ, ଗାଈ, କୁଆଁରୀ କନ୍ୟା, ବୃଦ୍ଧ ଏବଂ ବାଳକଙ୍କୁ କେବେ ବି ଗୋଡ଼ରେ ଛୁଇଁବା ଉଚିତ ନୁହେଁ ।
ଶଗଡ଼ରୁ ୫ ହାତ, ଘୋଡ଼ା ଠାରୁ ୧୦ ହାତ ଓ ହାତୀଠାରୁ ହଜାର ହାତ ଦୂରରେ ରହିବା ଉଚିତ ।
ବୁଦ୍ଧି ହୀନ ବ୍ୟକ୍ତିର ଜୀବନ ସେ କୁକୁରର ଲାଞ୍ଜ ସହ ସମାନ ହୋଇଥାଏ ଯାହା ନା ତାର ଲଜ୍ୟାକୁ ଲୁଚେଇ ପାରେ ନା ସେ ନିଜ ଲାଞ୍ଜରେ ମଶାକୁ ଉଡ଼େଇ ପାରେ ।
କଥାରେ ପବିତ୍ରତା, ମନର ସ୍ୱଚ୍ଛତା ଏବଂ ଏହା ସହ ନିଜ ଇନ୍ଦ୍ରିୟଙ୍କୁ ନିଜ କାବୁରେ ରଖିବା ମଧ୍ୟ କୋୖଣସି ମହତ୍ୱ ନାହିଁ ଯେତେବେଳେ ମନୁଷ୍ୟ ନିଜ ମନକୁ ହିଁ ତିଳେ ମାତ୍ର ବଦଳେଇ ପାରେ ନାହିଁ ।
ଯେଉଁପ୍ରକାର ଫୁଲରେ ବାସ୍ନା, ତିଲୋରେ ତେଲ, ଝିଅପାଖରେ ନିଆଁ, ଦୁଧରେ ଘିଅ, କଥାରେ ମିଠାପଣ ଆଦି ଦେଖା ନଯାଏ ଏବଂ ସେତେବେଳେ ବି ସେମାନେ ଜିଦିରେ ରୁହନ୍ତି ସେହିପରି ମଣିଷ ଭିତରେ ମଧ୍ୟ ନ ଦେଖା ଯାଉଥିବା ଆତ୍ମା ରହିଚି ।
