ସର୍ଚ୍ଚ ଅପରେସନରେ ଯାଇଥିବା ପାଞ୍ଚ ଜଣକ ମୃତ୍ୟୁ, ମିଳିଲା ଟାଇଟନ ଧ୍ୱଂସାବେଶଷ
ନୂଆଦିଲ୍ଲୀ : ଟାଇଟାନିକ୍ ଜାହାଜର ଭଗ୍ନାବଶେଷ ଦେଖିବା ପାଇଁ ଯାଇଥିବା ବୁଡ଼ାଜାହଜ ଉତ୍ତର ଆଣ୍ଟଲାଣ୍ଟିକ୍ରେ ନିଖୋଜ ହୋଇଯାଇଥିଲା। ଟାଇଟନ୍ ନାମକ ଏହି ବୁଡ଼ା ଜାହଜରେ ରହିଥିଲେ ପାଞ୍ଚ ଯାତ୍ରୀ।ଆଉ ଏହି ବୁଡ଼ାଜାହଜକୁ ଖୋଜିବାକୁ ଅପରେସନ ମଧ୍ୟ ଆରମ୍ଭ ହୋଇଥିଲା। ତେବେ ଦୁଃଖର ବିଷୟରେ ଯେ ଏହି ବୁଡ଼ାଜାହଜଟି ମିଳିଛି ସତ କିନ୍ତୁ ଏଥିରେ ଥିବା ପାଞ୍ଚ ଜଣକ ମୃତ୍ୟୁ ହୋଇଛି। ପାଞ୍ଚ ଜଣକ ମୃତ୍ୟୁ ହୋଇଥିବା ନେଇ କମ୍ପାନି ଓସେନଗେଟ୍ ତରଫରୁ ସ୍ପଷ୍ଟ ହୋଇଛି।
ରିଅର ଆଡମିରାଲ ଜନ ମଗେର କହିଛନ୍ତି ପ୍ରାୟ ୧୬ଶୁହ ଫୁଟ୍ ତଳୁ ଟାଇଟନର ଧ୍ୱଂସାବଶେଷ ମିଳିଛି । ଭୟଙ୍କର ବିପର୍ଯ୍ୟୟରେ ଜାହାଜର ସମସ୍ତ ୫ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଥିପାଇଁ ଆମେରିକା କୋଷ୍ଟଗାର୍ଡ ପକ୍ଷରୁ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରିମୋର୍ଟ ଦ୍ୱାରା ପରିଚାଳିତ ଭେଇକିଲରେ ସମୁଦ୍ର ଶଯ୍ୟାରୁ ରେସ୍କ୍ୟୁ ଅପରେସନ ଚାଲିଥିଲା । ଏହି ସମୟରେ ଆରଓଭି ମାଧ୍ୟମରେ ଭଗ୍ନାବଶେଷର ଫଟୋ ଚିତ୍ର ଜାରି କରାଯାଇଥିଲା । ସମୁଦ୍ର ପତନରୁ ୧୨ ହଜାର ୫୦୦ ଫୁଟ ତଳେ ପଡ଼ିଥିବା ଟାଇଟାନିକ ଜାହାଜର ଧ୍ୱଂସାବଶେଷ ଦେଖାଇବାକୁ ଗତ ରବିବାର ଦିନ ଯାଇଥିଲା ଟାଇଟନ। ଯାତ୍ରା ଅବଧି ଥିଲା ୮ ଦିନ। କିନ୍ତୁ ଯାତ୍ରାର ମାତ୍ର କିଛି ଘଣ୍ଟା ପରେ ଟାଇଟନ ସହ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା। ନିଖୋଜ ଟାଇଟନରେ ଥିଲେ ୫ ଜଣ। ଜଣେ ବ୍ରିଟିଶ ଆଡଭେଞ୍ଚରର, ଜଣେ ଫରାସୀ ଡାଇଭର, ପାକିସ୍ତାନର ବ୍ୟବସାୟୀ ଶେହଜାଦା ଦାଉଦ ଓ ତାଙ୍କ ପୁଅ। ଏମାନଙ୍କ ସାଙ୍ଗରେ ଥିଲେ ଓସେନ ଗେଟ୍ ପ୍ରତିଷ୍ଠାତା। ଜାହାଜ ରେସକ୍ୟୁ ଅଭିଯାନ ସମୟରେ କିଛି ଶବ୍ଦ ଶୁଣିବାକୁ ମିଳିଥିଲା । ତେବେ ନିଖୋଜ ଜାହାଜ ସହ ଏହାର କୌଣସି ସଂପର୍କ ନଥିବା ଜଣାପଡ଼ିଥିଲା ।
ସୂଚନା ଯେ, ଆଟଲାଣ୍ଟିକ୍ ମହାସାଗରରେ ୧୯୧୨ରେ ବୁଡ଼ି ଯାଇଥିବା ଟାଇଟାନିକ ଜାହଜର ଭଗ୍ନାବଶେଷ ଦେଖିବାକୁ ଯାଇଥିବା ଏହ ବୁଡ଼ାଜାହଜ ଜୁନ୍ ୧୮ରୁ ନିଖୋଜ ହୋଇଯାଇଥିଲା। ଆଉ ମହସାଗରକୁ ଯିବାର ମାତ୍ର ଦୁଇ ଘଣ୍ଟା ପରେ ହଠାତ୍ ଟାଇଟନ ସହ ଯୋଗଯୋଗ ଚ୍ଛିନ୍ନ ହୋଇଥିଲା। ଏହା ପରେ ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଗୁରୁବାର ଆମେରିକା କୋଷ୍ଟ ଗାର୍ଡକୁ ଏହି ବୁଡ଼ାଜାହଜର କିଛି ଭଗ୍ନାବଶେଷ ମିଳିଥିଲା।
ଏହା ପରେ ବିଶେଷଜ୍ଞଙ୍କ ଟିମ୍ ଯାଞ୍ଚରେ ଲାଗିପଡ଼ିଥିଲା। କୁହାଯାଉଛି ଟାଇଟନରେ ଏକ ବିସ୍ଫୋରଣ ପରେ ଏହି ଦୁର୍ଘଟଣା ହୋଇଥିଲା। ତେବେ ବର୍ତ୍ତମାନ ସମୟରେ ଟାଇଟନର ଭଗ୍ନାବଶେଷକୁ କାଢ଼ିବା ପାଇଁ ଚେଷ୍ଟା କରାଯାଉଛି। ଟାଇଟନ ବୁଡ଼ାଜାହଜରେ ଥିବା ପାଞ୍ଚ ଜଣକ ମଧ୍ୟରେ ଓସେନଗେଟର ସିଇଓ ଷ୍ଟକଟନ ରସ୍, ରାଜକୁମାର ଦାଉଦ ଏବଂ ତାଙ୍କ ପୁଅ ସଲେମାନ ଦାଉଦ, ହାମିଶ ହାର୍ଡିଗ ଏବଂ ପଲ-ହେନରୀ ନାର୍ଜିୟୋଲେଟ୍ ରହିଥିଲେ। ତେବେ ପାଞ୍ଚ ଜଣକ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିବା ସହ ଓସେନଗେଟ କମ୍ପାନି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛି। ହଠାତ୍ ନିଖୋଜ ହୋଇଥିବା ବୁଡ଼ାଜାହଜଙ୍କୁ ଖୋଜ୍ କରିବା ସହଜ ନଥିଲା। ଆମେରିକା କୋଷ୍ଟ ଗାର୍ଡ ପ୍ରବକ୍ତା କହିଥିଲେ ଯେ, ଉଦ୍ଧାରକାର୍ଯ୍ୟରେ ଅନେକ ବାଧା ଆସିଥିଲା। ପାଣି ଭିତରେ ଭିଜିବିଲିଟି ଯୋଗୁଁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ପ୍ରକୃତରେ ପାଣିରେ ଅଧିକ ବାଟ ପର୍ଯ୍ୟନ୍ତ ଆଲୋକ ପଡ଼ିପାରେ ନାହିଁ। ଯେତେବେଳେକି ବୁଡ଼ାଜାହଜ ପ୍ରାୟ ୩କିମି ଦୂରରେ ରହିଥିଲା। ଏମିତିରେ ସର୍ଚ୍ଚ ଟିମ୍କୁ ସ୍ପଷ୍ଟ ଭାବରେ ଦେଖିବାରେ ଅସୁବିଧା ହୋଇଥିଲା।
