ପ୍ରଥମ ଟି-୨୦ : ଓ୍ଵେଷ୍ଟଇଣ୍ଡିଜକୁ ୬୮ ରନରେ ହରାଇଲା ଭାରତ
ନୂଆଦିଲ୍ଲୀ : ତ୍ରିନିଦାଦର ବ୍ରାଏନ ଲାରା ଷ୍ଟାଡିୟମଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ଭାରତ ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି । ଅଧିନାୟକ ରୋହିତ ଶର୍ମା ଏବଂ ଦିନେଶ କାର୍ତ୍ତିକଙ୍କ ଦମଦାର ବ୍ୟାଟିଂ ଏବଂ ବୋଲରଙ୍କ ଶାଣିତ ବୋଲିଂ ବଳରେ ଓ୍ଵେଷ୍ଟଇଣ୍ଡିଜକୁ ୬୮ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି। ସହଜ ବିଜୟ ସହ ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି।
ଆଜିର ମ୍ୟାଚରେ ଟସ୍ ଜିତି ଓ୍ଵେଷ୍ଟଇଣ୍ଡିଜ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ଓପନିଂ କରିଥିଲେ। ପ୍ରଥମ ଓ୍ଵିକେଟରେ ୪୪ ରନ ଯୋଡି ଭଲ ଆରମ୍ଭ ଦେଇଥିଲେ। ପରୀକ୍ଷାମୂଳକ ଭାବେ ଓପନିଂ କରିଥିବା ସୂର୍ଯ୍ୟକୁମାର ଯାଦବ ୨୪ ରନ କରିଥିଲେ। ଶ୍ରେୟସ ଆୟର ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ପନ୍ତ ୧୪ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା(୧) ସଅଳ ଆଉଟ୍ ହୋଇଥିଲେ। ଗୋଟିଏ ପଟେ ଓ୍ଵିକେଟ୍ ଖସି ଚାଲିଥିବା ଅନ୍ୟପଟେ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରି ଇନିଂସ ସମ୍ଭାଳିଥିଲେ। ଭାରତ ପକ୍ଷରୁ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ଓପନିଂ କରିଥିଲେ। ପ୍ରଥମ ଓ୍ଵିକେଟରେ ୪୪ ରନ ଯୋଡି ଭଲ ଆରମ୍ଭ ଦେଇଥିଲେ। ପରୀକ୍ଷାମୂଳକ ଭାବେ ଓପନିଂ କରିଥିବା ସୂର୍ଯ୍ୟକୁମାର ଯାଦବ ୨୪ ରନ କରିଥିଲେ। ଶ୍ରେୟସ ଆୟର ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ପନ୍ତ ୧୪ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା(୧) ସଅଳ ଆଉଟ୍ ହୋଇଥିଲେ। ଗୋଟିଏ ପଟେ ଓ୍ଵିକେଟ୍ ଖସି ଚାଲିଥିବା ଅନ୍ୟପଟେ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରି ଇନିଂସ ସମ୍ଭାଳିଥିଲେ। ରୋହିତ ଶର୍ମା ପଞ୍ଚମ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ସେ ୪୪ ବଲ୍ରୁ ୭ ଚୌକା ଏବଂ ୨ ଛକା ସହ ୬୪ ରନ କରିଥିଲେ। ଜାଡେଜା ୧୬ ରନ କରି ପାଭିଲିୟନ ଫେରିଥିଲେ। ହେଲେ ଶେଷ ଆଡକୁ ଦିନେଶ କାର୍ତ୍ତିକ ଦଳର ଇନିଂସ ସମ୍ଭାଳିଥିଲେ। ତାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୬ ଓ୍ଵିକେଟ୍ ହରାଇ ୧୯୦ ରନ କରି ପାରିଛି। ସେ ୧୯ ବଲ୍ରୁ ୪ ଚୌକା ଏବଂ ୨ ଛକା ସହ ୪୧ ରନ କରି ଅପରାଜିତ ଥିଲେ। ରବିଚନ୍ଦ୍ରନ ଅଶ୍ଵିନ ୧୩ ରନରେ ଅପରାଜିତ ଥିଲେ। ଦୁଇ ବ୍ୟାଟସମ୍ୟାନ ସପ୍ତମ ଓ୍ଵିକେଟ୍ ପାଇଁ ୫୨ ରନ ଯୋଡିଥିଲେ।
୧୯୧ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଓ୍ଵେଷ୍ଟଇଣ୍ଡିଜ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଜଣେ ହେଲେ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ସାମରା ବ୍ରୁକ୍ସ ସର୍ବାଧିକ ୨୦ ରନ କରିଥିଲେ। ନିକୋଲାସ ପୂରନ ୧୮, ରୋଭମ୍ୟାନ ପାଓ୍ଵେଲ ୧୪ ଏବଂ ସିମରନ ହେଟମାୟର ୧୪ ରନ କରିଥିଲେ। ଶେଷ ଆଡକୁ କିମୋ ପଲ ୧୯ ରନ କରି ଅପରାଜିତ ଥିଲେ। ଓ୍ଵେଷ୍ଟଇଣ୍ଡିଜ ୮ ଓ୍ଵିକେଟ୍ ହରାଇ ୧୨୨ ରନରେ ସୀମିତ ରହିଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୨୪ ରବ, ରବିଚନ୍ଦ୍ରନ ଅଶ୍ଵିନ ୨୬ ରନ ଏବଂ ରବି ବିଷ୍ଣୋଇ ୨୬ ରନ ଦେଇ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଭୁବନେଶ୍ଵର କୁମାର ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।
ସୂଚାନ ଯେ, ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ୫ଟି ଟି-୨୦ ମ୍ୟାଚ ଖେଳିବ। ଦ୍ୱିତୀୟ ଟି-୨୦ ଆସନ୍ତା ଅଗଷ୍ଟ ୧ ତାରିଖ ଷୋମବାର ଖେଳାଯିବ। ଏହା ପୂର୍ବରୁ ହୋଇଥିବା ୩ ଟିକିଆ ଦିନିକିଆ ସିରିଜକୁ ଭାରତ ୩-୦ରେ ଜିତିନେଇଥିଲା ।
