ଯାଜପୁର ବରିଷ୍ଠ ନାଗରିକ ସଂଘର ନିର୍ବାଚିତ ସଦସ୍ୟମାନଙ୍କର ପ୍ରଥମ ମାସିକ ବୈଠକ
ଯାଜପୁର : ଯାଜପୁର ବରିଷ୍ଠ ନାଗରିକ ସଂଘର ନୂତନଭାବେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତା ଓ ଅନ୍ୟ ସଭ୍ୟମାନଙ୍କର ପ୍ରଥମ ମାସିକ ବୈଠକ ନୃସିଂହ ଚରଣ ମହାପାତ୍ରଙ୍କ ସଭାପତିତ୍ୱରେ ବରିଷ୍ଠ ନାଗରିକ ସଂଘର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପ୍ରବୋଧ କୁମାର ନାୟକ ବୈଠକକୁ ପରିଚାଳନା କରିବା ଅବସରରେ ସମସ୍ତ ସଭ୍ୟଙ୍କୁ ସ୍ୱାଗତ, ଅଭିନନ୍ଦନ ଜଣାଇଥିଲେ । ବରିଷ୍ଠ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ସାମଲ ଓ ବନବିହାରୀ ମହାପାତ୍ରଙ୍କ ଅଭିନନ୍ଦନ ସନ୍ଦେଶ ପଠନ କରିଥିଲେ । ଏ ବର୍ଷର କାର୍ଯ୍ୟକ୍ରମର ଏକ ଚିଠା ପ୍ରସ୍ତୁତ କରାଯିବାକୁ ସ୍ଥିର କରାଗଲା । ପ୍ରଥମେ ବନ୍ଧୁମିଳନ କାର୍ଯ୍ୟକ୍ରମ ଆସନ୍ତା ୧୭.୦୨.୨୦୨୩ ରିଖ ବରୁହାଁ ଠାରେ ତାରାଦେବୀ ପୀଠରେ ଅନୁଷ୍ଠିତ କରାଯିବାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇ ତାହାର ସୁପରିଚାଳନା ନିମନ୍ତେ ବରିଷ୍ଠ ସଭ୍ୟ ଗଦାଧର ରାଉତଙ୍କୁ ଅର୍ପଣ କରାଗଲା । ତାହା ସରସ ସୁନ୍ଦର ପାଇଁ ସହ-ସମ୍ପାଦକ ବୃନ୍ଦାବନ ମିଶ୍ର , ମଧୁସୂଦନ ମହାନ୍ତି, ଦିବାକର ମିଶ୍ର ପ୍ରମୁଖ ପୂର୍ଣ୍ଣ ସହଯୋଗ କରିବାକୁ ସହମତି ପ୍ରକାଶ କଲେ । ସମସ୍ତ ସଭ୍ୟ ଯୋଗଦାନ କରିବାକୁ ଖବରକାଗଜ ମାଧ୍ୟରେ ଅବଗତି କରାଗଲା । ବୈଠକରେ କରୋନା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବନ୍ଦ ହୋଇଥିବା ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ପ୍ରତ୍ୟେକ ସୋମବାର ପୁନଃ ପ୍ରଚଳନ କରିବାକୁ ସ୍ଥିର କରାଗଲା । ସମସ୍ତ ସଭ୍ୟ ଏହାର ସୁଯୋଗକୁ ଗ୍ରହଣ କରିବାକୁ ଅନୁରୋଧ । ବରିଷ୍ଠ ନାଗରିକ ମାନଙ୍କୁ ପୁଲିସ୍ ପ୍ରଶାସନ ତରଫରୁ ପରିଚୟ ପ୍ରଦାନ କରାଯିବାକୁ ସଂଘର କର୍ମକର୍ତ୍ତାମାନେ ଆରକ୍ଷୀ ଅଧ୍ୟକ୍ଷକଙ୍କ ସହ ସାକ୍ଷାତ ଆଲୋଚନା କରାଯାଇ ତାହା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ଏବଂ ଆରକ୍ଷୀ ଅଧ୍ୟକ୍ଷକ ସହମତି ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ଆଲୋଚନାରେ ଉପ-ସଭାପତି ଉଦୟନାରାୟଣ ପରିଡ଼ା, କ୍ଷୀରୋଦ ଚନ୍ଦ୍ର ପାଠୀ, ଅଜିତ୍ କୁମାର ସାମନ୍ତ, ଅକ୍ଷୟ କୁମାର ଦାସ, ପାଣ୍ଡବ ଚରଣ ସାହୁ, ଶିଶିର କୁମାର ମହାପାତ୍ର ଯୋଗଦେଇ ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ସର୍ବଶେଷରେ ଧନଞ୍ଜୟ କେଶରୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
