ମେ ୫ ରେ ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଓଡ଼ିଶାରେ କେତେବେଳେ ହେବ ଦୃଶ୍ୟମାନ
ଚନ୍ଦ୍ର ଗ୍ରହଣ ଏକ ଭୌଗଳିକ ଘଟଣା ଯେଉଁଥିରେ ପୃଥୀବିର ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ଯାତାୟାତ ସମୟରେ ଚନ୍ଦ୍ର ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ପଡ଼ିପାରେ ନାହିଁ। ଯାହା ଫଳରେ ଚନ୍ଦ୍ର ଗ୍ରହଣ ଲାଗିଥାଏ। ଗତ ଏପ୍ରିଲ ମାସ ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିଥିଲା । ଆସନ୍ତା ମେ ୫ ରେ ବର୍ଷର ଦ୍ୱିତୀୟ ଗ୍ରହଣ ଓ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଏହି ଗ୍ରହଣକୁ ବହୁ ବିଶିଷ୍ଟ ବା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କାରଣ ଏହା ହେଉଛି ଉପଛାୟା ଚନ୍ଦ୍ର ଗ୍ରହଣ । ଯାହା ଆଗାମୀ ଦୁଇ ଦଶକ ପର୍ୟ୍ୟନ୍ତ ଲାଗିବ ନାହିଁ। ଅଧିକତମ ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ ରୂପେ କିମ୍ବା ଆଂଶିକ ଭାବେ ଲାଗିଥାଏ।
ଉପଛାୟା ଚନ୍ଦ୍ରଗ୍ରହଣ ବହୁତ ଖାସ୍ ହୋଇଥାଏ। ଏମିତି ଗ୍ରହଣ ସେବେ ଲାଗିଥାଏ ଯେବେ ଚନ୍ଦ୍ର ପୃଥୀବିର ବାହାର ଛାୟା ଅର୍ଥାତ୍ ଯାହାକୁ ପେନୁମ୍ବ୍ରାଲ କୁହାଯାଏ କିନ୍ତୁ ଏହା ଘୂରିଥାଏ। ଏହାଦ୍ୱାରା ପୃଥୀବି, ଚନ୍ଦ୍ର ଓ ସୂର୍ଯ୍ୟ ଗୋଟିଏ ଧାଡ଼ିରେ ଦେଖାଯାଆନ୍ତି ନାହିଁ। ପୃଥୀବି ସୂର୍ଯ୍ୟକୁ ପୂରାପୂରି ଭାବେ ଢାଙ୍କି ଦେଇଥାଏ। ଯାହାଫଳରେ ଚନ୍ଦ୍ର ଉପରେ କଳା ଛାୟା ପଡ଼ିଯାଏ। ମେ ୫ ତାରିଖ ରେ ରାତି ୮ ଟା ବାଜି ୪୪ ମିନିଟ ସମୟରେ ଚନ୍ଦ୍ର ଗ୍ରହଣ ଲାଗିବା ଆରମ୍ଭ ହେବ। ସେହିପରି ରାତି ୧ ଟା ବାଜି ୧ ମିନିଟ ପର୍ଯ୍ୟନ୍ତ ଗ୍ରହଣର ପୂର୍ଣ୍ଣ ପ୍ରଭାବ ରହିବ। ଉପଛାୟା ଚନ୍ଦ୍ର ଗ୍ରହଣ ୮:୪୪:୧୧ ବାଜି ସମୟରେ ଦୃଶ୍ୟମାନ ହେବ।
ଚନ୍ଦ୍ରଗ୍ରହଣର ପରମଗ୍ରାସ ୧୦ ଟା ବାଜି ୫୨ ମିନିଟ ସମୟରେ ହେବ। ଏହି ଚନ୍ଦ୍ର ଗ୍ରହଣ କୁ ପୃଥୀବିର ଅନେକ ସ୍ଥାନରେ ଦେଖିବାକୁ ମିଳିବ। ଏସିଆ, ୟୁରୋପ, ଆଫ୍ରିକା, ହିନ୍ଦ ମହାସାଗର, ଆଣ୍ଟଲାଟିକ ଓ ପ୍ରଶାନ୍ତ ମହାସାଗରରେ ଏହି ଚନ୍ଦ୍ରଗ୍ରହଣ ନଜର ଆସିବ । ଭାରତ ରେ ମଧ୍ୟ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯାଉଛି। କିନ୍ତୁ ଭାରତରେ ଏହି ଚନ୍ଦ୍ରଗ୍ରହଣ ଦେଖିବାରେ ସମସ୍ୟା ଉପୁଜିପାରେ । ମାତ୍ର ୮ ଟା ବାଜି ୪୪ ମିନିଟ ସମୟରୁ ଚନ୍ଦ୍ରଗ୍ରହଣ ନଜର ହେବା ଆରମ୍ଭ ହେବ । ଚନ୍ଦ୍ରଗ୍ରହଣକୁ ଅତ୍ୟଧିକ ଧାର୍ମିକ ବୋଲି ବିବେଚନା କରାଯାଏ। କୁହାଯାଏ ଯେ, ଚନ୍ଦ୍ର ଗ୍ରହଣ ର ୯ ଘଣ୍ଟା ପୂର୍ବରୁ ସୂତକ କାଳ (Sutak Kaal) ଲାଗି ହୋଇଥାଏ। ଯାହାକୁ ଅତ୍ୟନ୍ତ ଅଶୁଭ ବୋଲି କୁହାଯାଇଥାଏ। ଯାହା ଫଳରେ ଅନେକ ନିୟମକୁ ପାଳନ କରିବାକୁ ପଡ଼ିଥାଏ।
ଏହା ବର୍ଷର ପ୍ରଥମ ପେନୁମ୍ବ୍ରାଲ୍ ଚନ୍ଦ୍ରଗ୍ରହଣ ହେବ, ଯାହା ଓଡ଼ିଶା ତଥା ଦେଶରେ ମଧ୍ୟ ଦୃଶ୍ୟମାନ ହେବ । ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟାଇମ୍ (Indian Standard Time) ଅନୁଯାୟୀ, ବିରଳ ଚନ୍ଦ୍ରଗ୍ରହଣ ରାତି ୮ ଟା ବାଜି ୪୪ ମିନିଟରେ ଆରମ୍ଭ ହେବ । ସର୍ବାଧିକ ଚନ୍ଦ୍ରଗ୍ରହଣ ଅର୍ଥାତ୍ ପୂର୍ଣ୍ଣତା ରାତି ୧୦ ଟା ବାଜି ୫୨ ମିନିଟରେ ଘଟିବ । ଏହା ମେ ୬ ର ସକାଳ ଗୋଟେ ବାଜି ଗୋଟେ ମିନିଟରେ ଶେଷ ହେବ ବୋଲି ସୂଚନା ରହିଛି।
