ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ : ଭାରତ ଉପରେ ନାହିଁ ପ୍ରଭାବ, ଜାଣନ୍ତୁ କେବେ ଏବଂ କେମିତି ଦେଖିପାରିବେ
ଶୁକ୍ରବାର ଲାଗିବାକୁ ଯାଉଛି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ଏହି ଦିନ ବୁଦ୍ଧ ପୂର୍ଣ୍ଣିମା ମଧ୍ୟ ରହଛି। ଅବଶ୍ୟ ଏହା ଏକ ଆଂଶିକ ଚନ୍ଦ୍ର ଗ୍ରହଣ। ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଣକୁ ଅଶୁଭ ବୋଲି ଧରାଯାଏ। ସେହିପରି ବିଜ୍ଞାନ ଅନୁଯାୟୀ ଚନ୍ଦ୍ରମା ଏବଂ ସୂର୍ଯ୍ୟ ମଝିରେ ପୃଥିବୀ ଆସିଲେ ଚନ୍ଦ୍ର ଗ୍ରହଣ ହୋଇଥାଏ। ଚନ୍ଦ୍ର ଗ୍ରହଣ ପୂର୍ବର ସମୟକୁ ସୂତକ କାଳ ହୋଇଥାଏ। ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଇନଥାଏ।
ମେ ୫ ଅର୍ଥାତ୍ ଶୁକ୍ରବାର ହେବାକୁ ଯାଉଛି ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ଚନ୍ଦ୍ର ଗ୍ରହଣ ଦିନ ପୃଥିବୀ, ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସିଥାଏ। ଫଳରେ ପୃଥିବୀ ସୂର୍ଯ୍ୟ କିରଣକୁ ଚନ୍ଦ୍ରରେ ପହଞ୍ଚିବାରୁ ରୋକିଥାଏ। ତେବେ ଶୁକ୍ରବାର ହେବାକୁ ଥିବା ଏହି ଚନ୍ଦ୍ର ଆଶିଂକ ଚନ୍ଦ୍ର ଗ୍ରହଣ। ଏହି ଚନ୍ଦ୍ର ଗ୍ରହଣର କୌଣସି ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ।
ଚନ୍ଦ୍ର ଗ୍ରହଣ ୫ ମେ ରାତି ୮:୪୪ ମିନିଟ୍ଠାରୁ ଆରମ୍ଭ ହେବ ଏବଂ ୧୦:୫୨ରେ ଏହା ସର୍ବାଧିକ ସ୍ତରରେ ପହଞ୍ଚିବ। ୬ ତାରିଖ ରାତି ୧:୧ ସମୟରେ ସର୍ବମୋକ୍ଷ ହେବ। ଯଦି ଆକାଶ ସଫାରୁହେ ତେବେ ସଂପୂର୍ଣ୍ଣ ଗ୍ରହଣ ଭାରତରେ ଦେଖିହେବ। ସେହିଭଳି ଅନ୍ୟ ସ୍ଥାନ ମଧ୍ୟରେ ୟୁରୋପ, ଏସିଆ, ଅଷ୍ଟେ୍ରଲିଆ, ଆଫ୍ରିକା, ପାସିଫିକ୍, ଆଟଲାଣ୍ଟିକ୍, ଭାରତ ମହାସାଗର ଏବଂ ଆଣ୍ଟାର୍କଟିକା।
ତେବେ ଏହି ଚନ୍ଦ୍ର ଗ୍ରହଣ ଖୋଲା ଆଖିରେ ଦେଖିହେବ। ଯଦି ଆପଣ ବାଇନୋକ୍ୟୁଲର ଏବଂ ଟେଲିସ୍କୋପ୍ ଦ୍ବାରା ଦେଖୁଛନ୍ତି ତେବେ ଆଖିକୁ ସୁରକ୍ଷା ଦୃଷ୍ଟିରୁ ଜରୁରୀ ଫିଲ୍ଟର ଲଗାନ୍ତୁ। ୟୁଟ୍ୟୁବ୍ରେ ଚନ୍ଦ୍ର ଗ୍ରହଣର ଲାଇଭ୍ ଷ୍ଟ୍ରିମ୍ ମଧ୍ୟ ଦେଖିପାରିବେ।
