ଇତିହାସରେ ପ୍ରଥମ : ଏକା ସଙ୍ଗେ ଶପଥ ନେଲେ ୯ ନୂଆ ବିଚାରପତି
ନୂଆଦିଲ୍ଲୀ : ଇତିହାସରେ ପ୍ରଥମ । ଭାରତ ଇତିହାସରେ ଯୋଡି ହେଲା ଆଉ ଏକ ଅଧ୍ୟାୟ । ଏକା ସଙ୍ଗେ ଶପଥ ନେଲେ ୯ ନୂଆ ବିଚାରପତି । ନିଯୁକ୍ତ ୯ ଜଣ ବିଚାରପତିଙ୍କୁ ପ୍ରଧାନ ବିଚାରପତି ଏନଭି ରମନ୍ନା ମଙ୍ଗଳବାର ଶପଥ ପାଠ କରାଇଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ଅତିରିକ୍ତ ଭବନର ସଭାଗାରରେ ଏହି ଶପଥ ଗ୍ରହଣ ସମାରୋହ ହୋଇଥିଲା । ତେବେ ୯ ଜଣଙ୍କ ଶପଥ ପରେ ସର୍ବୋଚ୍ଚ ନ୍ୟାୟଳୟରେ ସିଜେଆଇ ରମନ୍ନାଙ୍କ ସମେତ ଜଜଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ସୁପ୍ରିମ୍ କୋର୍ଟରେ ସମୁଦାୟ ବିଚାରପତି ୩୪ଜଣ ବୋଲି ନିର୍ଦ୍ଧାରିତ ହୋଇଥିଲେ ତଥାପି ଆହୁରି ଜଣେ ବିଚାରପତିଙ୍କ ବଦବୀ ଖାଲି ପଡ଼ିଲା।
ପାରମ୍ପରିକଭାବେ ପ୍ରଧାନ ବିଚାରପତିଙ୍କ କକ୍ଷରେ ସମ୍ପାଦିତ ହେଉଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମ ଏଥର କିନ୍ତୁ, ସୁପ୍ରିମ୍ କୋର୍ଟର ଅତିରିକ୍ତ ଅଟ୍ଟାଳିକା ପରିସରର ‘ଅଡିଟରିୟମ୍’ରେ ଆୟୋଜିତ ହୋଇଥିଲା। ତେବେ ଶପଥ ନେଇଥିବା ୯ଜଣ ବିଚାରପତିଙ୍କ ମଧ୍ୟରୁ ୩ ଜଣ ମହିଳା ବିଚାରପତି ଅଛନ୍ତି। ତେବେ ୯ ଜଣଙ୍କ ଶପଥ ପରେ ସର୍ବୋଚ୍ଚ ନ୍ୟାୟଳୟରେ ସିଜେଆଇ ରମନ୍ନାଙ୍କ ସମେତ ଜଜଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ଶପଥ ନେଇଥିବା ବିଚାରପତି ମାନେ ହେଲେ କର୍ଣ୍ଣାଟକ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଅଭୟ ଓକା ଏବଂ ବିଚାରପତି ବି ଭି ନାଗରତ୍ନ, ତେଲେଙ୍ଗାନା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ହିମା କୋହଲି, ଗୁଜରାଟ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ବିକ୍ରମ ନାଥ, ସିକିମ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଜେ କେ ମାହେଶ୍ବରୀ, କେରଳ ଉଚ୍ଚନ୍ୟାୟାଳୟର ବିଚାରପତି ସି ଟି ରବିକୁମାର, ମାଡ୍ରାସ୍ ଉଚ୍ଚ ନ୍ୟାୟାଳୟର ବିଚାରପତି ଏମ୍ ଏମ୍ ସୁନ୍ଦରେଶ, ଗୁଜରାଟ ଉଚ୍ଚ ନ୍ୟାୟାଳୟର ବିଚାରପତି ବେଲା ଏମ୍ ତ୍ରିବେଦୀ ଏବଂ ବରିଷ୍ଠ ଆଡ୍ଭୋକେଟ୍ ପି ଏସ୍ ନରସିଂହ। ।
ସୂଚନା ଯେ, ଅନୁମୋଦିତ ବିଚାରପତିମାନଙ୍କ ମଧ୍ୟରୁ ବିଚାରପତି ବି ଭି ନାଗରତ୍ନ ଏକ ମାସରୁ କିଛି ଦିନ ଅଧିକ ସମୟ ପର୍ଯ୍ୟନ୍ତ (୨୦୨୭ ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୨୯ ପର୍ଯ୍ୟନ୍ତ) ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇ ପାରନ୍ତି। ୧୯୬୨ ଅକ୍ଟୋବର ୩୦ରେ ଜନ୍ମିତା ବିଚାରପତି ନାଗରତ୍ନ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନ ବିଚାରପତି ଇ ଏସ୍ ଭେଙ୍କଟରମୈୟାଙ୍କ କନ୍ୟା। ୧୯୮୭ ଅକ୍ଟୋବର ୨୮ରେ ସେ ଜଣେ ଆଡ୍ଭୋକେଟ୍ ଭାବେ ପଞ୍ଜିକୃତା ହୋଇ ସମ୍ବିଧାନ, ବାଣିଜ୍ୟ, ବୀମା ଏବଂ ଚାକିରି ଆଦି ମାମଲାର ମୋକଦ୍ଦମା ଲଢୁଥିଲେ। ୧୯୫୦ ମସିହା ଜାନୁଆରି ୨୬ରୁ କାର୍ଯ୍ୟକ୍ଷମ ହୋଇଥିବା ସୁପ୍ରିମ୍ କୋର୍ଟରେ ମହିଳା ବିଚାରପତିଙ୍କ ସଂଖ୍ୟ ଖୁବ୍ ନଗଣ୍ୟ ରହିଆସିଛି। ଗତ ୭୧ ବର୍ଷରେ ମାତ୍ର ୮ଜଣ ମହିଳା ବିଚାରପତି ସୁପ୍ରିମ୍ କୋର୍ଟରେ ନିଯୁକ୍ତି ପାଇଛନ୍ତି। ୧୯୮୯ରେ ପ୍ରଥମେ ନିଯୁକ୍ତି ପାଇଥିଲେ ଏମ୍ ଫତିମା ବିବି।

