ମାଓବାଦୀ ଓ ସୁରକ୍ଷାକର୍ମୀ ଗୁଳି ବିନିମୟ : ୩ ମାଓବାଦୀ ମୃତ, ଡିଏସପି ଆହତ
ଭବାନୀପାଟଣା : କମ୍ବିଂ ଅପରେସନ ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । କଳାହାଣ୍ଡି ଜିଲା ରାମପୁର ଥାନା ତାପରେଙ୍ଗ-ଲୁଡେନଗଡ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି। ଏଥିରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣେ ଡିଏସପି ମଧ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଏକେ ୪୭ ରାଇଫଲ ଜବତ ହୋଇଛି । ଆହତ ଡିଏସ୍ପିଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍ ଅଣାଯାଇଛି ।
