ଖରିରେ ନିଆଁ ଲଗାଇଲେ ଦୁବୃର୍ତ୍ତ, ୪ ଏକର ଜମିର ଧାନ ଫସଲ ନଷ୍ଟ
ସୋନପୁର : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ହଳନକନାସି ଗାଁରେ ଅଘଟଣ । ନିଆଁର ଆଁରେ ଭସ୍ମୀଭୂତ ହେଲା ଚାରି ଏକର ଜମିର ଧାନ ଫସଲ ।
ହଳନକନାସି ଗାଁର ଆନନ୍ଦ ସାହୁ ଓ ଗୋବିନ୍ଦ ସାହୁ ଦୁଇ ଭାଇ ଧାନ କାଟି ଖଳାରେ ଖରି କରିକି ରଖିଥିଲେ । ହେଲେ ସେହି ଗାଁର କିଛି ଲୋକ ତାଙ୍କ ଧାନ ଖରିରେ ନିଆଁ ଲଗାଇ ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ଦମକଳ ବାହିନୀ ପହଞ୍ଚିବା ବେଳକୁ ଧାନ ସବୁ ଜଳି ପାଉଁଶ ହୋଇଯାଇଥିଲା ।
