ଓମ୍ଫେଡ଼ ପାର୍ଲରରେ ଲାଗିଲା ନିଆଁ, ଜଳିଗଲା ଅନେକ ସାମଗ୍ରୀ
ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍ ୬ ସ୍ଥିତ କ୍ୟାପିଟାଲ ହସ୍ପିଟାଲ ପଛ ପଟେ ଥିବା ଓମ୍ଫେଡ଼ ପାର୍ଲରରେ ଲାଗିଲା ନିଆଁ। ନିଆଁ ଲାଗି ଜଳିଗଲା ଅନେକ ସାମଗ୍ରୀ । ଏବେ ଯାଏଁ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।
ସୂଚନା ଯେ, ରବିବାର ବିଳମ୍ବିତ ରାତିରେ ୟୁନିଟ ୬ ସ୍ଥିତ କ୍ୟାପିଟାଲ ହସ୍ପିଟାଲ ପଛରେ ଥିବା ଏକ ଓମ୍ଫେଡ଼ ପାର୍ଲରର ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଯିବା ପରେ ଲୋକେ ପହଞ୍ଚି ତୁରନ୍ତ ଦମକଳ ବହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ହେଲେ ସେତେବେଳେ ଓମ୍ଫେଡ଼ ପାର୍ଲର ସମସ୍ତ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ସେହିପରି ଗତ ଦୁଇଦିନ ପୂର୍ବରୁ ମଧ୍ୟ ସେହି ଦୋକାନ ସମ୍ମୁଖରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିଲା । ଏହି ଘଟଣା ପରେ କିଛି ଦୁର୍ବୁତ୍ତ ଓମ୍ଫେଡ଼ରେ ନିଆଁ ଲଗାଇଦେଇଥିବା କିଛି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଏନେଇ ଓମ୍ଫେଡ଼ ପାର୍ଲର ମାଲିକ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି ଜଣାପଡିଛି ।
