ସ୍କୁଲ ଭ୍ୟାନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ
ବିନିକା : ସୁବର୍ଣ୍ଣପୁର ଜିଲା ବିନିକା ସହର କଲେଜ ଛକଠାରେ ଏକ ସ୍କୁଲ ଭ୍ୟାନରେ ଲାଗିଲା ନିଆଁ । ତେବେ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ । କୌଣସି ଛାତ୍ରଛାତ୍ରୀ ଆହତ ହୋଇନଥିବା ବେଳେ ନିଆଁକୁ ଆୟତ୍ତ କରିଛନ୍ତି ସ୍ଥାନୀୟ ଲୋକେ ।
ଉଲୁଣ୍ଡା ଥାନା ଶିନ୍ଧୋଲ ଅଞ୍ଚଳରୁ ବିନିକାର ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ଛାତ୍ରଛାତ୍ରୀ ନେଇ ଆସୁଥିବା ସମୟରେ ସ୍କୁଲ ଭ୍ୟାନର ପଛ ପଟେ ନିଆଁ ଲାଗିଯାଇଥିଲା । ତେବେ ଡ୍ରାଇଭର କୌଣସି ପ୍ରକାର ଏହାକୁ ଜାଣିବାକୁ ପାଇଥିଲେ । ସଂଗେ ସଂଗେ ଗାଡି ଅଟକାଇବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା । ଘଟଣା ସ୍ଥଳରୁ ଛାତ୍ର ଛାତ୍ରୀମାନଙ୍କୁ ଅନ୍ୟ ଏକ ସ୍କୁଲ ଗାଡିରେ ବିଦ୍ୟାଳୟକୁ ସୁରକ୍ଷିତ ଭାବରେ ପହଞ୍ଚାଯାଇଥିଲା ।
