ଆଜିଠୁ +୨ ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା, ୧୧୩୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୮୩,୯୪୦ ଛାତ୍ରଛାତ୍ରୀ
ଭୁବନେଶ୍ବର : ଆଜି ଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିିିତ +୨ ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଥିଓରୀ ପରୀକ୍ଷା ଆରମ୍ଭ ହେବ। ଚଳିତ ଥର ରାଜ୍ୟରେ ମୋଟ ୧୧୩୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୮୩,୯୪୦ ଛାତ୍ରଛାତ୍ରୀ ।
ଗତ ୨୮ ତାରିଖରୁ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଆଜି ପ୍ରଥମ ପରୀକ୍ଷା ଦେବେ ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମ ବିଦ୍ୟାର୍ଥୀ। ଆଜି ଇଂରାଜୀ ବିଷୟର ପରୀକ୍ଷା ରହିଛି । ପୂର୍ବାହ୍ନ ୯ଟାରେ ପରୀକ୍ଷା ଆରମ୍ଭ ହେବ। ସେହିପରି ବିଜ୍ଞାନ ପାଠ୍ୟକ୍ରମର ପରୀକ୍ଷା ମଧ୍ୟାହ୍ନ ୧୨ଟାରେ ସରିବ ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ୧୧ଟା ୩୦ରେ ଶେଷ ହେବ। ଚଳିତ ଥର ରାଜ୍ୟରେ ୧୧୩୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ବିଜ୍ଞାନରେ ୭୮ହଜାର ୭୭ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୫ହଜାର ୮୬୩ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
