ରେଳଧାରଣାରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ, ମିଳିନି ପରିଚୟ
ସମ୍ବଲପୁର : ବୁର୍ଲା ଥାନା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ । ଖବରପାଇ ଜିଆର୍ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମାତ୍ର ଉଭୟଙ୍କ ପରିଚୟ ମିଳିପାରିନି ।
ସୂଚନା ଯେ, ଗୁରୁବାର ସକାଳ ସମୟରେ ବୁର୍ଲା ଥାନା ଅନ୍ତର୍ଗତ ଆ.କଟାପାଲି ନିକଟସ୍ଥ ରେଲଓ୍ୱେ ଓଭରବ୍ରିଜ୍ ନିକଟରେ ପ୍ରେମୀଯୁଗଳଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି । ଉଭୟ ଆତ୍ମହତ୍ୟା କରିଥିବା ସୂଚନା ମଧ୍ୟ ମିଳିଛି । ତେବେ ଏବେ ଯାଏଁ ମୃତକଙ୍କ ପରିଚୟ ମିଳିନଥିବା ବେଳେ ମୃତଦେହ ନିକଟରେ ଗୋଟିଏ ହେଲ୍ମେଟ୍ ଓ ବାଇକ୍ ପଡିଥିବାର ଦେଖିବାକୁ ମିଳିଛି । ସେପଟେ ଘଟଣା ସଂପର୍କରେ ଖବର ପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ କଣ ପାଇଁ ଉଭୟ ଆତ୍ମହତ୍ୟା କଲେ, ନା ତା ପଛରେ ଆଉ କଣ କାରଣ । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।
